ନୂଆଦିଲ୍ଲୀ ( ଏଜେନ୍ସି ) : ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ପୁଣି ଏକ ନୂଆ ମୋଡ଼ ନେଇଛି। ଏପରି ସ୍ଥିତିରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଗେହଲଟଙ୍କ ଘରେ ପଶିଛି। ଏକ ସାର ଦୁର୍ନୀତି ମାମଲାରେ ଇଡି ଅଧିକାରୀମାନେ ବୁଧବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବଡ଼ ଭାଇ ଅଗ୍ରେସେନ ଗେହଲଟଙ୍କ ଘର ଓ ଫାର୍ମ ହାଉସରେ ଚଢ଼ାଉ କରିଛି। ଏପରି କି ଗେହଲଟଙ୍କ କିଛି ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିବା ସୂଚନା ମିଳିଛି।