ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ମହିଳା ମୋର୍ଚ୍ଚା ମୃତକଙ୍କ ପରିବାରକୁ ନ୍ୟାୟ ମିଳିଥିବାରୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ପୋଲିସ, ପ୍ରଶାସନ, ଓ ବିଭିନ୍ନ ସଂଗଠନକୁ ଧନ୍ୟବାଦ ଦେଲେ । ସୂଚନା ମୁତାବକ ପୁରୁଣାବଜାର ଥାନା ଅନ୍ତର୍ଗତ ନାଥସାହିରେ ଯୁବତୀଙ୍କ ଆତ୍ମହତ୍ୟା ଘଟଣା। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କଲା ପୁରୁଣାବଜାର ପୋଲିସ । ଏହି ଘଟଣାରେ ପୂର୍ବରୁ ଜଣଙ୍କୁ ଗିରଫ କରିଥିଲା ପୋଲିସ । ମୋଟ ୩ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ବିଜେପି ମହିଳାମୋର୍ଟ୍ଟା ସହ ଭଦ୍ରକ ବାସିନ୍ଦା ଅଭିଯୁକ୍ତକୁ ଗିରଫ ଦାବି କରିଥିଲେ । ଦାବୀକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରଶାସା କରାଯାଇଛି।