ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାଙ୍ଗୀ ଗସ୍ତ

17

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ) : ଆଜି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ବିଶେଷ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମଙ୍ଗଳାଯୋଡି ଅଞ୍ଚଳ ଗସ୍ତ କରିଥିଲେ। ଟାଙ୍ଗୀ ଠାରୁ ସାଂସଦ ପ୍ରତିନିଧି ହେମନ୍ତ ବେହେରାଙ୍କ ନେତୃତ୍ବରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ସାଂସଦଙ୍କୁ ସ୍ବାଗତ କରି ମଙ୍ଗଳାଯୋଡି ଅଭିମୁଖେ ଯାତ୍ରା କରିଥିଲେ।ମଙ୍ଗଳାଯୋଡି ଠାରେ ଭବ୍ୟ ସ୍ଵାଗତ ପରେ ମଙ୍ଗଳାଯୋଡି ଗ୍ରାମର ରାଉଳ ସାହି ଓ କରାଟ ସାହିରେ ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ମହାପାତ୍ର ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ ପଟ୍ଟନାୟକ, ବିଦ୍ୟୁତ କାଣ୍ଡି ଓ ମହିଳା ନେତ୍ରୀ ସରୋଜିନୀ ପ୍ରଧାନ, ସ୍ବର୍ଣ୍ଣ ଲତା ବେହେରା, ମଞ୍ଜୁଲତାଙ୍କ ନେତୃତ୍ବରେ ଏକ ବିଶାଳ ପଦଯାତ୍ରା ହୋଇଥିଲା। ସାଂସଦ ଅପରାଜିତା ଷଡ଼ଙ୍ଗୀ ଘର ଘର ବୁଲି ଲୋକଙ୍କ ଦୁଃଖ ବୁଝିଥିଲେ। ଶେଷରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଗାମୀ ଦିନରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ଲୋକହିତକର କାମ ଘରେ ଘରେ କିପରି ପହଞ୍ଚିବ ଆଲୋଚନା କରିଥିଲେ। ଶେଷରେ ଗଙ୍ଗାଧର ବେହେରା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। ଖୋର୍ଦ୍ଧାରୁ ବିରେନ କୁମାର ସାହୁ ସଙ୍ଘର୍ଷ ନ୍ୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More