ସରିଲା ଧାମନଗରରେ ନିର୍ବାଚନ , କାଁଭାଁ ହିଂସାକାଣ୍ଡକୁ ଛାଡ଼ି ମତଦାନ ଶାନ୍ତିପୂର୍ଣ୍ଣ , ମୋଟ୍ ୬୬,୬୩% ମତଦାନ

25

Get real time updates directly on you device, subscribe now.

ଭଦ୍ରକ (ସଂଘର୍ଷ ମିଡିଆ) : ସରିଲା ଧାମନଗର ଉପନିର୍ବାଚନ । ଇଭିଏମରେ ସିଲ୍ ହେଲା ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ୬୬.୬୩ ପ୍ରତିଶତ ମତଦାନ ହୋଇଛି । ବିଭିନ୍ନ ବୁଥରେ ଭିଡ଼ ଥିବାରୁ ୬ଟା ପରେ ବି ମତଦାନ ଜାରି ରହିଥିଲା । ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା । ୨ ଲକ୍ଷ ୩୮ହଜାର ୪୧୭ ଜଣ ଭୋଟର ମତାଧିକାର ସାବ୍ୟସ୍ତ କଲେ । ବିଜେଡିର ଅବନ୍ତୀ ଦାସ, ବିଜେପିରୁ ସୂର୍ଯ୍ୟବଂଶୀ ସୁରଜ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର କୁମାର ଦାସ ଓ ପବିତ୍ର ମୋହନ ଦାସ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ କିଏ ବାଜିମାତ୍ କରିବ ତାହାକୁ ନେଇ ଆରମ୍ଭ ହୋଇଛି ନେତାଙ୍କ ଅଙ୍କକଷା । ୬ ତାରିଖରେ ହେବ ଭୋଟ୍ ଗଣତି । ଭୋଟିଂ ସମୟରେ କାଁ ଭାଁ ଉତ୍ତେଜନା ଦେଖିବାକୁ ମିଳିଥିଲା । ରାମେଶ୍ୱରପୁର ୧୬୯ ଓ ୧୭୦ ନମ୍ୱର ବୁଥରେ ଦୁଇ ଗୋଷ୍ଠୀ ହାତାହାତି ହୋଇଥିବାବେଳେ ୨ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅଭିଯୋଗକୁ ଆଧାର କରି ଧାମନଗର ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ସେହିପରି ଖଳାଗଡିଆ ବୁଥ୍ ନମ୍ୱର ୨୨ ଓ ୨୩ରେ ରିଗିଂ ଅଭିଯୋଗ ହୋଇଥିଲା । ବିଜେଡିକର୍ମୀ ରିଗିଂ କରୁଥିବା ନେଇ ବିଜେପି କର୍ମୀମାନେ ଅଭିଯୋଗ ଆଣିଥିଲେ । ଧାମନଗର ନିର୍ବାଚନମଣ୍ଡଳୀର କାପଡାର ୭୮ ନମ୍ବର ବୁଥରେ ବିଜେଡି ପ୍ରାର୍ଥୀନୀ ଅବନ୍ତି ଦାସ ତିହିଡି କାପଡାର ୭୫ ନମ୍ବର ବୁଥରେ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଭୋଟରଙ୍କ ସହିତ ଲମ୍ବା ଲାଇନରେ ଆସି ନିଜର ମତଦାନ ସାବ୍ୟସ୍ତ କରିଥିଲେ । ବିଜେପି ପ୍ରାର୍ଥୀ ଦିଗଙ୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ବିଭିନ୍ନ ବୁଥ ବୁଲିବା ପରେ ଧାମନଗର ମାଟିର ସ୍ଵାଭିମାନ ବିଜୟ ହେବାର ଆଶା ପୋଷଣ କରିଛନ୍ତି । ଭୋଟ ସରିବା ପରେ ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମକୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଣାଯାଇଛି । ଆସନ୍ତା ୬ ତାରିଖରେ ଜଣା ପଡ଼ିବ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More