ଭଦ୍ରକ ( ସଙ୍ଗର୍ଷ ମିଡିଆ ) : ଭୂମିହୀନକୁ ଘର ଚିହ ପଟ୍ଟା ଯୋଗାଇ ଦେବାରେ ପ୍ରଶାସନର ଟାଳଟୁଳ ନିତି ସାଙ୍ଗକୁ ତେଲିଆ ମୁଣ୍ଡରେ ତେଲ ଦେଇ ପ୍ରଶାସନ ଶୋଇଛି ନିଘୋଡ଼ ନିଦରେ । ଘର ଡ଼ିହ ପାଇଁ ଆବେଦନ କରି ହୀତାଧୀକାରୀ ଯୋଗ୍ୟ ହୋଇଥିଲେବି ପ୍ରଶାସନ ଜାଣିଶୁଣି ଅହେତୁକ ବିଳମ୍ବ କରି ଚାଲୁଛନ୍ତି । ଅପରପକ୍ଷରେ ସମାଜରେ କେତେକ ପ୍ରଭାବଶାଳୀ ଲୋକ ସରକାରୀ ଖାତାରେ ଥିବା ଜମି ଉପରେ ପଡିଛି ସେମାନଙ୍କ ନଜର । ଯାହାକୁ ନେଇ ଯେନତେନ ପ୍ରକାରରେ ରାଜସ୍ଵ ନିରୀକ୍ଷକଙ୍କ ସହ ଯୋଗାଯୋଗ ସ୍ଥାପନ କରି ସରକାରୀ ଖାତାରୁ ଜମି ହାତେଇବାକୁ ସକ୍ଷମ ହୋଇଛନ୍ତି । ଏମିତି କି ସମସ୍ତ ସରକାରୀ ଆଇନକୁ ଅଣଦେଖା କରି ଶାଗ ମାଛ ଦରରେ ରାଜସ୍ଵ ନିରୀକ୍ଷକ ବଣ୍ଟନ କରିବାକୁ ନେଇ ଭାରତୀୟ ଜନତା ପାର୍ଟି ବାସୁଦେବପୁର ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉଦୟନାରାୟଣ ମଲ୍ଲିକଙ୍କ ନେତୃତ୍ଵରେ ଶତାଧିକ କର୍ମୀ ଓ ସମର୍ଥକମାନଙ୍କ ଗହଣରେ ଶୋଭାଯାତ୍ରା ବାହାରି ବାସୁଦେବପୁର ତହସିଲ ନିକଟରେ ପହଞ୍ଚିଥିଲେ । ସମଗ୍ର ଜିଲ୍ଲାରେ ୪୨ କି.ମି. ବଙ୍ଗୋପସାଗର ଉପକୂଳରେ ସରକାରୀ ଖାତାରେ ଥିବା ଜମିକୁ ପ୍ରଭାବଶାଳୀ ବ୍ୟକ୍ତି ହାତେଇବାରେ ସକ୍ଷମ ହୋଇ ପାରିଛନ୍ତି । ଯାହାକୁ ପ୍ରତିବାଦ କରି ଭାରତୀୟ ଜନତା ପାର୍ଟି ପକ୍ଷରୁ ବିକ୍ଷୋଭ କରାଯାଇଛି , ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି । ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପ୍ରଦାନ କରିଥିଲେ ।