ରାଉରକେଲା (ସଂଘର୍ଷ ମିଡିଆ ) : ବିଜେପି ପାନପୋଷ ସାଙ୍ଗଠନିକ ଜିଲ୍ଲା ଅଳ୍ପସଂଖ୍ୟକ ମୋର୍ଚ୍ଚା ତରଫରୁ ରାଧିକା ରିଜେନ୍ସି ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଷ୍ଟ୍ରୀୟ ସଂଖ୍ୟାଲଘୁ ମୋର୍ଚ୍ଚା ସାମ୍ବାଦିକା ମିସ୍ ଫିକା ହାସନ ମୋଦି ସରକାର ୮ବର୍ଷର ବିକାଶ ଯାତ୍ରା ଉପରେ ବର୍ଣ୍ଣନା କରିବା ସହ ମୋଦୀଙ୍କ ନେତୃତ୍ୱରେ ସେବା,ସୁଶାସନ ଓ ଗରିବ କଲ୍ୟାଣର ନିରନ୍ତର ଯାତ୍ରା ଜାରି ରହିଥିବ ପ୍ରକାଶ କରିଥିଲେ । ମୋଦି ସରକାରଙ୍କ ଶାସନ କାଳରେ ଦେଶର ଗରିବ ହଟିଛି ଏବଂ ଦେଶର ବିକାଶ ଓ ସମୃଦ୍ଧି ହୋଇ ଚାଲିଛି ।ମୋଦୀଙ୍କ ବିଭିନ୍ନ ଜନହିତକର ଯୋଜନଗୁଡିକ ୩୬ ହଜାର ବୁଥ ସ୍ତରରେ ପହଞ୍ଚାଇବା ପାଇଁ ଲକ୍ଷ ରଖାଯାଇଛି ଏବଂ ବିଜେପି କର୍ମୀମାନେ ଘର ଘର ବୁଲି ସେମାନଙ୍କ ପାଖରେ ଲିଫଲେଟ୍ ପହଞ୍ଚାଇବା କାର୍ଯ୍ୟ କରୁଛନ୍ତି ।ମୋଦୀଙ୍କ ବିକାଶ ସଫଳତାର ଶୀର୍ଷରେ ପହଞ୍ଚିବା ବେଳେ ରାଜ୍ୟ ସରକାରଙ୍କ ଆନ୍ତରିକ ଅଭାବରୁ ଓଡ଼ିଶାରେ ଏହା ଆଗେଇପରୁ ନାହିଁ। ଏହି ସାମ୍ବାଦିକ ସମ୍ମୀଳନୀରେ ଜିଲ୍ଲା ସଭାନେତ୍ରି ଲତିକା ପଟ୍ଟନାୟକ,ରାଜ୍ୟ ଅଳ୍ପ ସଂଖ୍ୟକ ମୋର୍ଚ୍ଚା ଉପସଭାପତି ଗୁରୁବିନ୍ଦର୍ ସିଂ ଓ ରଫିକ ବେଗେ, ଜିଲ୍ଲା ମାଇନବିଟି ମୋର୍ଚ୍ଚା ସଭାପତି ଶେଖ ମୁଜାହିଦ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଓ ଜିଲ୍ଲା ମୋର୍ଚ୍ଚା ସାଧାରଣ ସମ୍ପାଦକ ଏମଡି ଶେଫ୍ଅଲ୍ଲୀ ଉପସ୍ଥିତ ଥିଲେ।ସୁନ୍ଦରଗଡ଼ ଜିଲ୍ଲା ପ୍ରତିିନିଧି ରାନୁ ମହାପାତ୍ର ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।