ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲାରେ ଏବେ ଦୌନିକ ବେଆଇନ ଦେଶୀ ମଦ, ଗଞ୍ଜେଇ ଏବଂ ବ୍ରାଉନ ସୁଗାର ବୃଦ୍ଧି ପାଉଥିବା ବେଳେ ପୋଲିସ ସାଜିଛି ନୀରବଦ୍ରଷ୍ଟା । ଏପରିସ୍ଥଳେ ଶାସକ ଦଳର ବିଧାୟକଙ୍କ ସହିତ ବ୍ରାଉନ ସୁଗାର କରବାରର କରି ଗିରଫ ହୋଇଥିବା ମାଫିଆଙ୍କ ସହ ବିଧାୟକଙ୍କ ଫୋଟ ଉଠାଇ ନିଜକୁ ସୁରକ୍ଷା ବଳୟ ରଖୁଛନ୍ତି. ଏହି ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଆଜି ଏହାକୁ ନେଇ ଭଦ୍ରକ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମିଳନୀ କରାଯାଇଛି । ଏହି ଉପଲକ୍ଷେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ନେତା ନଳିନୀ କାନ୍ତ ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମିଳନୀରେ ଭଦ୍ରକ ନିର୍ବାଚନୀ ମଣ୍ଡଳୀର ସବୁ ନେତା ଯୋଗ ଦେଇଥିଲେ. ତେବେ ଭଦ୍ରକ ସହରରେ ବେଆଇନ ନିଶା କାରବାର ଏକ ନିତିଦିନିଆ ଘଟଣା ହୋଇଯାଇଛି । ପୋଲିସ ଯେଉଁ ମାନଙ୍କୁ ଗିରଫ କରୁଛି ଓ ଗାଡି ଓ ମୋବାଇଲ ଜବତ କରୁଛି । ସେ ସମ୍ପର୍କ ରେ ଅଧିକ ତଦନ୍ତ ହେଉ ନ ଥିବାରୁ ସେମାନଙ୍କ ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ କରୁନାହିଁ ପୋଲିସ । ତେଣୁ ପୋଲିସ ଏ ଦିଗରେ ଅଧିକ ତଦନ୍ତ କରିବା ସହିତ ବିଧାୟକ ଙ୍କ ସହିତ ମାଫିଆ ମାନଙ୍କ କଣ ସମ୍ପର୍କ ଅଛି ତାହା ବିଧାୟକ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ନେତା ଦାବି କରିବା ସହ ବିଧାୟକ ପଦରୁ ଇସ୍ତଫା ଦେଇ ଏହାର ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ । ତେବେ ଏହାକୁ ନେଇ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ସହ ଏସପି ଅଫିସ ଆଗରେ ଘେରାଉ କରାଯିବ ବୋଲି କୁହାଯାଇଛି ।