ରାହୁଲ ଗାନ୍ଧୀଙ୍କ ଇଡିରେ ହାଜରକୁ ନେଇ କଂଗ୍ରେସର ପ୍ରତିବାଦ

15

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : – ରାହୁଲ ଗାନ୍ଧୀଙ୍କୁ ଇଡିରେ ହାଜରକୁ ନେଇ ଜିଲ୍ଲା କଂଗ୍ରେସର ପ୍ରତିବାଦ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡିରେ ହାଜର କରାଇବା ଘଟଣାକୁ ନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ତରଫରୁ ଦୃଢ଼ ପ୍ରତିବାଦ କରାଯାଇଛି । ଦେଶ ଗଠନ ପାଇଁ ଗାନ୍ଧୀ ପରିବାରର ସବୁଠୁ ଅଧିକ ଅବଦାନ ରହିଛି । କୋଟି କୋଟି ଟଙ୍କାର ସମ୍ପତ୍ତି କୁ ଦେଶ ଉଦ୍ଦେଶରେ ଦାନ କରିଦେଇଛନ୍ତି ।ସେଭଳି ଏକ ପରିବାରର ଦାୟଦଙ୍କୁ ସାମାନ୍ୟ ଏକ ଘର ଭଡ଼ା ଘଟଣା କୁ ନେଇ ଇଡିର ଘନ ଘନ ଜେରାକୁ ଦୃଢ଼ ନିନ୍ଦା କରିଛି ଜିଲ୍ଲା କଂଗ୍ରେସ । ଦିନକୁ ଦିନ କଂଗ୍ରେସରେ ଲୋକ ପ୍ରିୟତା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ରରେ ବିଜେପିର ଲୋକ ପ୍ରୀୟତା ହ୍ରାସ ପାଇବାରେ ଲାଗିଛି । ନିଜ ବିଫଳତାକୁ ଘଣ୍ଟ ଘୋଡାଇବା ପାଇଁ ବିଜେପି ସରକାର ଇଡିର ଆଢୁଆଳରେ ରହି କଂଗ୍ରେସକୁ ବଦନାମ କରିବା ପାଇଁ ଏଭଳି ଷଡ଼ଯନ୍ତ୍ର କରିଥିବା ଲୋକପ୍ରିୟ ବରିଷ୍ଠ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ଜିଲ୍ଲା କଂଗ୍ରେସ ତରଫରୁ ନବରଂଗପୁର ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥକୁ କିଛି ସମୟ ପାଇଁ ଅବରୋଧ କରାଯାଇଥିଲା । ଏଥିରେ ଜିଲ୍ଲା ର ଅନେକ କଂଗ୍ରେସ ନେତା ଯୋଗଦାନ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More