ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପି ର ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ ଉମରକୋଟ ଟାଣୁଆ ବିଧାୟକ ତଥା ରାଜ୍ୟ ଜନଜାତି ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ। ବିଜେପି ଯୁବମୋର୍ଚ୍ଚା ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସେ ରାଜ୍ୟ ସରକାରଙ୍କ ଅନିୟମିତତା, ଲାଞ୍ଚ କାରବାର, ଏବଂ ଦୂର୍ନୀତି ବିରୋଧ ରେ ଉଦ୍ ବେଗ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ମଣ୍ଡଳ ବିଜେପି ସଭାପତି ଜେ ରାଜଶେଖର ରାଓ, ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଚନ୍ଦ୍ରଭାନୁ ନାୟକ, ଜିଲ୍ଲା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଶୁଭ୍ରଜିତ୍ ପାଣିଗ୍ରାହୀ, ମଣ୍ଡଳ ସାଧାରଣ ସଂପାଦକ ମହେଶ ପାତ୍ର, ବୋରିଗାଁ ମଣ୍ଡଳ ସଭାପତି ଭାଷ୍କର ସୁନା, ଡାବୁଗାଁ ଯୁବମୋର୍ଚ୍ଚା ସଭାପତି ଓ୍ବାଇ. ରାଜ କୁମାର, ଉପ-ସଭାପତି ନରୁ ସିଂ, ଯୁବମୋର୍ଚ୍ଚା ମିଡ଼ିଆ ପ୍ରଭାରୀ ନିହାର ବିଷୋୟୀ ଓ ନରେଶ ସିଂ( ଵଣ୍ଟି),ଜଳନ୍ଧର ପୂଜାରୀ, ମନଵୋଧ ଭତ୍ରା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଡାବୁଗାଁ ମୁଖ୍ୟ ଛକ ରେ ଯୁବମୋର୍ଚ୍ଚା ପକ୍ଷରୁ ନବୀନ ପଟ୍ଟନାୟକ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଶୁଭ୍ରଜିତ୍ ପାଣିଗ୍ରାହୀ ପ୍ରତିବାଦ ସଭା କୁ ପରିଚାଳନା କରିଥିବା ସ୍ଥଳେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଦଳର ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର ଏବଂ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଚନ୍ଦ୍ରଭାନୁ ନାୟକ ଉଦବୋଧନ ଦେଇଥିଲେ।