ରାଜ୍ୟ ଯୁବ କଂଗ୍ରେସ ସଂପାଦକ ପ୍ରବୋଧ ଦାସଙ୍କ ନେତୃତ୍ଵରେ କଂଗ୍ରେସର ଶତାଧିକ କର୍ମୀ ପଦ ପଦବୀରୁ ସାମୁହିକ ଇସ୍ତଫା ପ୍ରଦାନ

36

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ ) : ପୂର୍ବତନ ଯୁବ କଂଗ୍ରେସ ସଭାପତି ତଥା ରାଜ୍ୟ ଯୁବ କଂଗ୍ରେସ ସଂପାଦକ ଶ୍ରୀ ପ୍ରବୋଧ ଦାସଙ୍କ ନେତୃତ୍ଵରେ କଂଗ୍ରେସ ପଦ ପଦବୀରୁ ଆଜି ସାମୁହିକ ଇସ୍ତଫା ଦିଆଯାଇଛି। ରାଉରକେଲା ଷ୍ଟେସନ ରୋଡ ସ୍ଥିତ ହୋଟେଲ ଶୁଭମ୍ ରେ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ଇସ୍ତଫା କାର୍ଯ୍ୟକ୍ରମ କରାଯାଇଥିଲା। କାରଣ ଯୁବ କଂଗ୍ରେସ ର ସମ୍ବିଧାନ ଅନୁଯାୟୀ ୩୫ ବର୍ଷ ଭିତରେ ଯୁବ କଂଗ୍ରେସ ର ପଦ ପଦବୀ ଦିଆଯିବା କଥା କିନ୍ତୁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ତାଙ୍କର ବୟସ ବ୍ୟତିକ୍ରମ ସତ୍ତ୍ୱେ କାହା ଚାପରେ ଅଥବା ଟଙ୍କା ଦେଇ ଆସିଥିବାର ବୋଲି ଆଜି ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ପ୍ରବୋଧ ଦାସ କହିଥିଲେ। ପ୍ରମାଣ ସ୍ବରୂପ ଆଧାର କାର୍ଡ ମଧ୍ଯ ଦିଆଯାଇଥିଲା। ଏହି ସବୁ ଯୁବ କଂଗ୍ରେସ ର ସମ୍ବିଧାନକୁ ଭଙ୍ଗ କରିବା ପ୍ରତିବାଦରେ ଯୁବ କଂଗ୍ରେସ ର ପଦାଧିକାରି ଓ କର୍ମକର୍ତ୍ତା ମାନେ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଓ ଏହି ଇସ୍ତଫା ପାତ୍ର ଡ଼ାଃ.ଲେଙ୍କା ଙ୍କୁ ଦିଆଗଲା।ଦାବି ମଧ୍ୟ ରହିଛି ଯଦି ୨୪ ଘଣ୍ଟ ଘଣ୍ଟା ଭିତରେ ଶ୍ରୀ ଜ୍ଞାନେନ୍ଦ୍ର ଦାସଙ୍କୁ ବହିଷ୍କାର କରାନଯାଏ ତେବେ ଭୁବନେଶ୍ବର କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଶ୍ରୀ ପ୍ରବୋଧ ଦାସ କହିଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀ ସୌମ୍ୟ ରଞ୍ଜନ ନାୟକ,ଶ୍ରୀ ଶିବୁ ଦୀପ,ଶ୍ରୀ ପ୍ରସନ୍ନ କୁମାର ବଳିଆରସିଂ, ଜ୍ୟୋତିରଂଜନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ରାଉରକେଲାରୁ କ୍ୟାମେରାମ୍ୟାନ୍ ମୃତ୍ୟୁଞ୍ଜୟ ଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀଙ୍କ ରିପୋର୍ଟ୍ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More