ରାଜ୍ୟରେ ନାବାଳିକା ଅପହରଣ ବିରୋଧରେ କଂଗ୍ରେସ ପକ୍ଷରୁ ଧାରଣା

38

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : -ରାଜ୍ୟରେ ଏବେ ଦିନକୁ ଦିନ ବଢିବାରେ ଲାଗିଛି ନାବାଳିକା ଅପହରଣ ଓ ନାରୀନିର୍ଯାତନା ଏହାକୁ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଥିଲା ବେଳେ ପୋଲିସ ର ନିଷ୍କ୍ରିୟତା ପ୍ରତିବାଦ ରେ, ରାଜ୍ୟକଂଗ୍ରେସ ର ଆହ୍ୱାନରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦିଆଯାଇଥିଲା । ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏହି ଧାରଣା ସାମିଲ ହୋଇଥିବା ବେଳେ, ନାବାଳିକା ଅପହରଣ ରୋକିବାରେ ନବୀନ ସରକାର ସମ୍ପୂର୍ଣ ବିଫଳ ହୋଇଥିବା ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ ବର୍ତମାନ ଦିନକୁ ପ୍ରାୟ 11ଟି ଶିଶୁ ନିଖୋଜ ହେଉଥିବା ବେଳେ, ବର୍ଷ କୁ ପ୍ରାୟ 4315ଜଣ ଶିଶୁଙ୍କର ଅପହରଣ ଘଟଣା ଚିନ୍ତାର କାରଣ ହୋଇଛି. ପରି, ସ୍ଵାତି, ପିହୁ, ଆୟୁଷ ପରି ଶିଶୁ କନ୍ୟା ଓ ଶିଶୁ ପୁତ୍ର ଙ୍କୁ ଅପହରଣ, ଧର୍ଷଣ, ହତ୍ୟା କରିବା ଘଟଣା ଅତ୍ୟନ୍ତ ବର୍ବରୋଚିତ ହୋଇଥିବା ବେଳେ, ଏହାର ତଦନ୍ତ ରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦ ରେ କଂଗ୍ରେସ ପକ୍ଷରୁ ଧାରଣା, ପ୍ରତିବାଦସଭା ର ଆୟୋଜନ କରାଯାଇଛି ବୋଲି ଜିଲ୍ଲା କଂଗ୍ରେସ କମିଟିର ସଭାପତି କହିଛନ୍ତି. ପରେ କଂଗ୍ରେସ ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More