ରାଜ୍ୟରେ ଦଳିତମାନେ ଅସୁରକ୍ଷିତ ଅଭିଯୋଗ, ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିଲା ବିଜେପି

34

Get real time updates directly on you device, subscribe now.

କେନ୍ଦ୍ରାପଡ଼ା (ଏସଂଘର୍ଷ ମିଡିଆ ) : ଆଳିର ଦଳିତ ପରିବାରକୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ବିଫଳ ହୋଇଥିବା ଦର୍ଶାଇ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଳାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଶହେରୁ ଉର୍ଦ୍ଧ କର୍ମୀ ମାନଙ୍କ ସହଯୋଗ କ୍ରମେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ଅଭିଯୋଗ କରିଛି ଯେ, କେନ୍ଦ୍ରାପଡା ଜିଲ୍ଲା ଆଳି ର ବାଳକଟି ଗାଁ ରେ ନବକିଶୋର ମଲିକ ଙ୍କ ପରିବାରକୁ ସ୍ଥାନୀୟ ସରପଞ୍ଚ ଆକ୍ରମଣ କରି ଲହୁଲୁହାଣ କରିବା ୟା ଭିତରେ ଦେଢ ମାସ ହୋଇଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ଏମିତିକି ଅଭିଯୁକ୍ତ ମାନେ ଖୋଲାଖୋଲି ବୁଲୁଛନ୍ତି। ସେହିପରି ଜଗତସିଂ ପୁର ନାଉ ଗାଁ ରେ ନିଜ ପ୍ରାପ୍ୟ ମାଗିବାକୁ ଯାଇଥିବା ଦଳିତ ମହିଳା ଙ୍କୁ ମାଡ ମରାଯିବା ସହ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଙ୍କ ଫଟୋ ଚିତ୍ର କୁ ଦୁର୍ବୁର୍ତ୍ତ ମାନେ ଅସମ୍ମାନୀତ କରିଛନ୍ତି। ଉଭୟ ଘଟଣାରେ ପୋଲିସ ନିରବଦ୍ରଷ୍ଟା ସାଜିଥିବା ବିଜେପି ଅଭିଯୋଗ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛି। ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ବିଭୁ ପ୍ରସାଦ ତରାଇ, ବୈଦ୍ୟନାଥ ଚଟାର୍ଜୀ, ସୁନାକର ବେହେରା, ଡକ୍ଟର କଳ୍ପନା ମଲ୍ଲିକ, ବିଜେପି ନଗର ସଭାପତି ଦିଲ୍ଲୀପ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅନୁସୂଚିତ ଜାତି ମୋର୍ଚା ଆହ୍ୱାନ ରେ ପ୍ରତି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More