କେନ୍ଦ୍ରାପଡ଼ା :: ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତି ଚୟନ କରାଯାଇଛି। ଏହି କମିଟିରେ କେନ୍ଦ୍ରାପଡା ଜିଲ୍ଲାରଉଦୀୟମାନ ଯୁବ ନେତା ରାଜେଶ ଦାସ ଙ୍କୁ ଯୁବ ବିଜେଡିର କେନ୍ଦ୍ରାପଡା ଜିଲ୍ଲା ସଭାପତି ଭାବେ ନିଯୁକ୍ତି କରାଯାଇଛି।ରାଜେଶ ଏଥି ପୂର୍ବରୁ ୨୦୦୯ ମସିହାରେ ପାଟକୁରା ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ ଙ୍କ ପ୍ରତିନିଧି ଭାବେ ନିଯୁକ୍ତି ହୋଇ ଥିଲେ। ଗତ ୩ ବର୍ଷ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାରେ ନିଜର କଠିନ ପରିଶ୍ରମ ଫଳରେ ବେଶ ଲୋକପ୍ରିୟ ହାସଲ କରିଥିଲେ। ୨୦୧୨ ରେ ଛାତ୍ର ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ୨୦୧୭ ରେ ସେ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ବିଜୁ ଜୁବ ଜନତା ଦଳରେ କାର୍ଯ୍ୟରତ ଥିଲେ। ତାଙ୍କୁ ଏହି ଦାୟୁତ୍ୱ ମିଳିଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜେଶ ଙ୍କ ନୂତନ ଦାୟିତ୍ୱ ମିଳିବା ପରେ କେନ୍ଦ୍ରାପଡାର ଯୁବ କର୍ମୀ ଓ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି। ଜଣେ ସୁସଙ୍ଗଠନ ଭାବେ ରାଜେଶ ରାଜ୍ୟ ସ୍ତରରେ ବେଶ ସୁନାମ ଅର୍ଜନ କରିପାରିଛନ୍ତି ଏବଂ ଏହି ନୂତନ ଦାୟିତ୍ୱ ମିଳିବା ପରେ ଜିଲ୍ଲା ର ବିକାଶ ପାଇଁ ସଂଗଠନକୁ ଶକ୍ତିଶାଳୀ କରିବା ସହିତ ସୁଦୃଢ କରିବେ ବୋଲି ସେ ଜଣାଇଛନ୍ତି। କେନ୍ଦ୍ରାପଡ଼ାରୁ ଭିକାରୀ ଚରଣ ରାଉତଙ୍କ ସହ ସୁନୀଲ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ