ରାଜନଗର ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

17

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : — ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅସୋକ ପ୍ରତିହାରୀଙ୍କ ନିଜ ଜୋନ୍ ରେ ଜନସମ୍ପର୍କ ପଦଯାତ୍ରା ହୋଇଥିବା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ 31 ନଂମ୍ବର ଜୋନ୍ ର କୃଷକ ମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ମହୁଲିଆ ହରିପୁର କ୍ରିକ୍ ର ଶୁଭ ଶିଳାନ୍ୟାସ ସହିତ ଜନସମ୍ପର୍କ ପଦଯାତ୍ରା ହୋଇଯାଇଛି। ବିଜୁ ଜନତା ଦଳର ହଜାର ହଜାର କର୍ମୀଙ୍କ ସହିତ ରାଜନଗର ବିଧାୟକ ଧ୍ରୁବ ସାହୁ ମହୁଲିଆ ଛକଠାରୁ ଚାନ୍ଦିମୁଳ ହାଟ ପଡ଼ିଆ ପର୍ଯ୍ୟନ୍ତ ହଜାର ହଜାର କର୍ମୀଙ୍କ ସହିତ ଚାଲି ଚାଲି ଜାଇ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜନଗର ବିଧାୟକ ଧ୍ରୁବ ସାହୁ। ଏହି ସୁନ୍ଦର କାର୍ଯ୍ୟକ୍ରମ ଟିକୁ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଅସୋକ ପ୍ରତିହାରୀ ସଭାପତିତ୍ବ କରିଥିବା ବେଳେ ମଞ୍ଚରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ରାଜନଗର ବିଧାୟକ ଧ୍ରୁବ ସାହୁ, ରାଜନଗର ବ୍ଲକ ଅଧ୍ୟକ୍ଷା ପ୍ରତିଭା ପାତ୍ର ଙ୍କ ସମେତ ବହୁ ସରପଞ୍ଚ ସମିତି ସଭ୍ୟ ଓ ରାଜନଗର ବ୍ଲକର ଜିଲ୍ଲା ପରିଷଦ ସଦସ୍ୟ ସଭା ମଞ୍ଚରେ ରହି ଉପସ୍ଥିତ କର୍ମୀମାନଙ୍କୁ ଦକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପ୍ରତି ଥିବା ଭଲପାଇବା ଓ ନବୀନ ଙ୍କ କାର୍ଯ୍ୟ ଦକ୍ଷତା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସଭାରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅସୋକ ପ୍ରତିହାରୀ ଉପସ୍ଥିତ ଥିବା ଶତାଧିକ କର୍ମୀମାନଙ୍କୁ କହିଥିଲେ ଆମ ମୁଖ୍ୟମନ୍ତ୍ରୀ ନବୀନ ଙ୍କ ସହିତ ଚାଲିବା, ଓଡିଶା ପାଇଁ ଲଢିବା, ଶ୍ରେଷ୍ଠ ଓଡିଶା ଗଢିବା। ଏହା ହିଁ ଆମର ମୁଳ ମନ୍ତ୍ର। ରାଜନଗରରୁ ଶକ୍ତି ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More