ରାଜନଗର(ସଂଘର୍ଷ ମିଡିଆ ) : କେନ୍ଦ୍ର ସରକାରଙ୍କ ଅହେତୁକ ତୈଳ, ରନ୍ଧନ ଗ୍ୟାସର ଦର ବୃଦ୍ଧି ଓ କୃଷକ ବିରୋଧୀ ଆଇନ ପ୍ରତ୍ୟାହାର ପ୍ରତିବାଦରେ ଆଜି ସାରା ଓଡିଶାରେ କଂଗ୍ରେସର ପ୍ରଦେଶ କମିଟି ପକ୍ଷରୁ ଜିଲ୍ଲାର ସଦର ମହକୁମାମାନଙ୍କରେ ଗଣଧାରଣା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରାଜନଗର ବ୍ଲକ ଯୁବ କଂଗ୍ରେସ ନେତା ଓ କର୍ମୀମାନେ ଘଣ୍ଟ ଝାଞ ବଜାଇ ନିଆରା ଢଙ୍ଗରେ ଗଣଧାରଣା କରିବା ସହ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଏ ପେରିପେକ୍ଷିରେ ରାଜନଗରର ଯୁବନେତା ସୁନିଲ୍ ରାହୁଲ କହିଛନ୍ତି ଜନସାଧାରଣଙ୍କ ହିତପାଇଁ ସଦାସର୍ବଦା କଂଗ୍ରେସର ଲଢେଇ ଜାରିରହିବ। ଏହି କରୋନା ମହାମାରୀ ସମୟରେ ସାଧାରଣ ଲୋକମାନେ ନିଜ ନିଜର ବୃତ୍ତି ହରାଇ ଅସୁବିଧା ର ସମୁଖୀନ ହେଉଥିବା ବେଳେ ଖାଦ୍ୟ ସାମଗ୍ରୀ ଠାରୁ ତୈଳ ଓ ଗ୍ୟାସର ଆକାଶଛୁଆଁ ଦର ବୃଦ୍ଧିକୁ ବିରୋଧ କରି ରାଜନଗର ଯୁବ କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜନଗର ତହସିଲଦାର ଭୋଳାନାଥ ସେଠି ଙ୍କୁ ଦାବିପତ୍ର ଦେଇଥିବାର ଦେଖିବାକୁ ମିଳିଛି। (ରାଜନଗରରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍,)