ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ଜାତୀୟ କଂଗ୍ରେସ ପକ୍ଷରୁ ରବିବାର ମୟୂରଭଞ୍ଜ ଜିଲ୍ଲାରେ ଭାରତ ଯୋଡ ପଦଯାତ୍ରା ର ଶୁଭାରମ୍ଭ ହୋଇଥିବା ବେଳେ ଏହି ଜିଲ୍ଲାର ବାବନ ଘାଟି ଉପଖଣ୍ଡରେ ପ୍ରଥମ କରି ରାଇରଙ୍ଗପୁର ଠାରେ ଜାତୀୟ କଂଗ୍ରେସର ଭାରତ ଯୋଡ ଓ ଓଡ଼ିଶାର ପରିବର୍ତ୍ତନ ପାଇଁ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି ପଦଯାତ୍ରା ରେ ଓଡ଼ିଶା କଂଗ୍ରେସର ନେତୃମଣ୍ଡଳୀ ଓ କର୍ମକର୍ତ୍ତାମାନେ ବିଶାଳ ପଟୁଆରରେ ପ୍ରାୟ ୨ କିଲୋମିଟର ପଦଯାତ୍ରା କରି ନେତୃବୃନ୍ଦ ଆସନ୍ତା ୨୦୨୪ ନିର୍ବାଚନରେ ରାଜ୍ୟ ଓ କେନ୍ଦ୍ରର ପରିବର୍ତ୍ତନ ଆଣିବା ପାଇଁ ଆହ୍ୱାନ ଦେଇଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ମୟୂରଭଞ୍ଜ ଜିଲ୍ଲା ସଭାପତି ହେମନ୍ତ ଦାସ, ପ୍ରାକ୍ତନ ରାଜ୍ୟସଭା ଓ ଲୋକସଭା ସଦସ୍ୟା ସୁଶୀଳା ତିରିଆ,ଭାରତ ଯୋଡ ଜିଲ୍ଲା ସଂଯୋଜକ ଅରବିନ୍ଦ ଦାସ, ଜିଲ୍ଲା ମହିଳା ସଭାନେତ୍ରୀ ସୁସ୍ମିତା ଘୋଷାଲ, ପ୍ରାକ୍ତନ ବିଧାୟକ ଶ୍ୟାମ ଚରଣ ହାଁସଦା, ଭାରତୀୟ ଆଦିବାସୀ କଂଗ୍ରେସ ସମ୍ପାଦକ ଶ୍ୟାମସୁନ୍ଦର ହାଁସଦା, ଛାତ୍ର କଂଗ୍ରେସ ସଭାପତି ମୋତି ପ୍ରକାଶ ଦାସ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଂଶୁମାନ ଦାସ,ଜିଲ୍ଲା ଯୁବଉପ ସଭାପତି ଭଜହରି ମହାନ୍ତ, ଲାଲବାବୁ, ଚୈତନ, ମହମ୍ମଦ ସେକ,ଆବିଦ ସେକ, ଭଗରଥୀ ପାତ୍ର,ତପସ୍ୱୀନି ନନ୍ଦ,ଓଡ଼ିଶା ପ୍ରଦେଶ କମିଟିର ପ୍ରାକ୍ତନ ସମ୍ପାଦକ ନିରଜ ଦାସ, ପିସିସି ସମ୍ପାଦକ ଜ୍ଞାନ ପଟ୍ଟନାୟକ, ପ୍ରାକ୍ତନ ମନ୍ତ୍ରୀ ଭୁଜ ବଳ ମାଝୀ ସମେତ ଶତାଧିକ କଂଗ୍ରେସ ନେତୃବୃନ୍ଦ ଓ ଅଞ୍ଚଳର ଜନସାଧାରଣ ଜନତା ଏହି ଭାରତ ଯୋଡ ପଦଯାତ୍ରାରେ ସାମିଲ ହୋଇ ରାଇରଙ୍ଗପୁର ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ ଛକରୁ ଏକ ବିଶାଳ ପଟୁଆରରେ ବାହାରି ଅଁଳାଡୁବା, ରେଲୱେ ଫାଟକ, ମୁଖ୍ୟ ବଜାର ଦେଇ ଗୋଲେଇ ଛକ ଠାରେ ପହଞ୍ଚିବା ପରେ ପିସିସି ସଦସ୍ୟ ତଥା ରାଇରଙ୍ଗପୁର ର ବରିଷ୍ଠ ନେତାମାନେ ପଦଯାତ୍ରାରେ ସାମିଲ ହୋଇଥିବା ନେତୃମଣ୍ଡଳୀ କୁ ଉତ୍ତରାୟ ଓ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ଯୋଜନା ଗୁଡିକ ଉଭୟ ବିଜେଡି ଓ ବିଜେପି ସରକାର ନିଜର ବଡିମା ଦେଖାଇ ଆତ୍ମ ପ୍ରଚାର ଚଳାଇଛନ୍ତି। ଜିଲ୍ଲାରେ ଯୁବ ବର୍ଗ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରି ଏଭଳି ଭ୍ରଷ୍ଟାଚାର ଓ ଅପାରଗତା ସରକାର ବିରୋଧରେ ଜନଜାଗରଣ ସୃଷ୍ଟି କରି ଲୋକଙ୍କୁ ଯୋଡ଼ିବା ପ୍ରକ୍ରିୟା ଜାରି ରଖିଥିବା ସେ କହିଥିଲେ।ପରେ ନେତୃମଣ୍ଡଳୀ ରାଇରଙ୍ଗପୁର ଗଢ଼ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏହି ଯାତ୍ରାରେ ସ୍ଥାନୀୟ ରାଇରଙ୍ଗପୁର କଂଗ୍ରେସ କମିଟିର ବହୁ ଆଗ ଧାଡିର କର୍ମୀ ଉପସ୍ଥିତ ଥିଲେ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।