ମୋଦି ସରକାରଙ୍କ ବିରୋଧରେ ପ୍ରତିବାଦ ସଭା କଲା କଙ୍ଗ୍ରେସ୍

38

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : ବାରମ୍ବାର ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି କେନ୍ଦ୍ର ସରକାର ଯାହା ପାଇଁ ଆଜି ସାରା ଭାରତ ବର୍ଷରେ କଂଗ୍ରେସ ଦଳ ପକ୍ଷରୁ ମୋଦି ସରକାରଙ୍କ ବିରୋଧରେ ପ୍ରତିବାଦ ଜାରି ରହିଛି । ଅଧକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ପର୍ବତନନିର୍ଦେଶଳୟ ଇଡି ଦ୍ୱାରା କେନ୍ଦ୍ର ସରକାର ଜେରା କରିବା ଘଟଣା ଏବେ ଖୁବ ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦ୍ରର ମୋଦି ସରକାରଙ୍କ ଦୁର୍ନୀତି ଓ ଅପାରଗତା କୁ କଂଗ୍ରେସ ଦଳ ଲୋକ ଲୋଚନକୁ ଆଣୁଚି ସେଥିପାଇଁ ଇଡି ଦ୍ୱାରା ଏହାକୁ ଚପାଇ ଦେବା ପାଇଁ ଯେଉଁ ଉଦ୍ୟମ ହେଉଛି । ତାହା କେବେବି ସଫଳ ହେବ ନାହିଁ ବୋଲି କଂଗ୍ରେସ ଦେଶ ବ୍ୟାପି ସଂଗ୍ରାମ ଜାରୀ ରଖିଥିବା ବେଳେ , କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ କଟକ ଲିଙ୍କ୍ ରୋଡ଼ ବିଏସନାଲ କାର୍ଯ୍ୟଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ରେ କଟକ ଜିଲ୍ଲା କଂଗ୍ରେସ ର ବହୁ କର୍ମୀ ଏକତ୍ରିତ ହୋଇ ନିରବ ପ୍ରତିବାଦ କରିଛନ୍ତି। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More