ମିଶନ ଶକ୍ତି ଜରିଆରେ ରୋଜଗାରକ୍ଷମ କରିବା ନିମନ୍ତେ କାର୍ଯ୍ୟକ୍ରମ ଅନୁଷ୍ଠିତ

23

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ମା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ଜରିଆରେ ଆଠଗଡ ନିର୍ବାଚନ ମଣ୍ଡଳୀ ତଥା ଟାଙ୍ଗି ଚୌଦ୍ୱାର ବ୍ଲକ ଅନ୍ତର୍ଗତ ପାଞ୍ଚ ପଂଚାୟତବାସୀଙ୍କୁ ନେଇ ଶଙ୍କରପୁର କଲ୍ୟାଣ ମଣ୍ଡପ ଠାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି | ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ମଧୁସ୍ମିତା ସେଠି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ କୃଷି , କୃଷି ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇଥିଲେ | ମାନ୍ୟବର ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସହ ଶୋଭାଯାତ୍ରା ରେ କଲ୍ୟାଣ ମଣ୍ଡପ ସଭା ସ୍ଥଳୀ ନିକଟ କୁ ପାଛୋଟି ନିଆଯାଇଥିଲା | ଉକ୍ତ ସଭା କାର୍ଯ୍ୟ ରେ ମିଶନ ଶକ୍ତି ମହାସଂଘ ର କାର୍ଯ୍ୟକାରୀ କମିଟି ର ସଭ୍ୟା ମାନଙ୍କୁ ବୈଠକ ଏବଂ ଗସ୍ତ ଖର୍ଚ୍ଚ ପ୍ରଦାନ , ଏମବିକେ, ବ୍ୟାଙ୍କ ମିତ୍ର ଏବଂ ସିଆରପିଏସ ମାନଙ୍କୁ ମୋବାଇଲ ଓ ୟୁନିଫର୍ମ ବାବଦ କୁ ଅର୍ଥ ପ୍ରଦାନ କରାଯାଇଥିଲା | ଅନ୍ୟପକ୍ଷେ ସହଜ ସୁବିଧା କେନ୍ଦ୍ର ( C F C ) ର ଯନ୍ତ୍ରପାତି ପ୍ରଦାନ , ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ କୁକୁଡ଼ା ଓ ଛେଳି ପ୍ରଦାନ , କୃଷି ବିଭାଗ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆବର୍ତ୍ତନ ପାଣ୍ଠି ପ୍ରଦାନ କରାଯାଇଥିଲା ଓ ମଙ୍ଗରାଜପୁର ମିଶନ ଶକ୍ତି ମା ମାନଙ୍କୁ ନୂତନ ଟ୍ରାକ୍ଟର, ସହ ଲଙ୍ଗଳ , ରୋଟର ଆଦି ପ୍ରଦାନ କରାଯାଇଥିଲା | କାର୍ଯ୍ୟକ୍ରମ କୁ ଶଙ୍କରପୁର ପଂଚାୟତ ସରପଂଚ ଙ୍କ ପ୍ରତିନିଧି ସରୋଜ ଖଟୁଆ ଓ ବ୍ରହ୍ମପୁର ପଂଚାୟତ ର ପୂର୍ବତନ ସରପଂଚ ରଂଜିତ ରାଉତ ପରିଚାଳନା କରିଥିବା ବେଳେ ପାଞ୍ଚ ପଂଚାୟତ ର ବର୍ତ୍ତମାନ ଓ ପୂର୍ବତ୍ତନ ସରପଂଚ , ସମିତି ସଭ୍ୟ , ପଂଚାୟତ ବିଜେଡି ସଭାପତି ଓ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More