ମହାମହିମ ରାଷ୍ଟ୍ରପତିଙ୍କୁ କଂଗ୍ରେସ ସାଂସଦଙ୍କ ଅପମାନିତ ଟିପ୍ପଣୀ, ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ କୁଶପୁତ୍ତଳିକା ଦାହା କଲା ଭଦ୍ରକ ଜିଲ୍ଲା ବିଜେପି
ଭଦ୍ରକ (ସଂଘର୍ଷ ମିଡିଆ) : : ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ଅପମାନିତ ଟିପ୍ପଣୀ କରିଥିବା କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ କୁଶ ପୁତ୍ତଳିକା ଦାହା କଲା ଭଦ୍ରକ ଜିଲ୍ଲା ବିଜେପି । ଜିଲ୍ଲା ବିଜେପି ନେତା ମନମୋହନ ସାମଲଙ୍କ ନେତୃତ୍ୱରେ ଯୁବ ମୋର୍ଚ୍ଚା ଓ ବିଜେପିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା କରି ବନ୍ତ ଛକ ନିକଟରେ ପହଞ୍ଚି ଥିଲେ. କଂଗ୍ରେସ ଅଧ୍ୟକ୍ଷା ଷୋନିଆ ଗାନ୍ଧି ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେବା ସହ କଂଗ୍ରେସ ସାଂସଦ ଯେଉଁଭଳି ଭାବେ ଭାରତର ରାଷ୍ଟ୍ରପତିଙ୍କୁ ଅପମାନିତ କରି ଟିପ୍ପଣୀ ଦେଇଛନ୍ତି ସେ ନେଇ କଂଗ୍ରେସ ସାଂସଦଙ୍କ କୁଶ ପୁତ୍ତଳିକା ଦାହା କରିଥିଲା ବିଜେପି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଓଡ଼ିଆ ଝିଅ ତଥା ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି କରିଥିବାରୁ କଂଗ୍ରେସ ଦଳ ସହି ନପାରି ଏହିଭଳି ଅପମାନିତ କଲାଭଳି କଟୁ ମନ୍ତବ୍ୟ କରୁଛନ୍ତି ବୋଲି ବିଜେପି ନେତା ମାନେ କହିଛନ୍ତି । କଂଗ୍ରେସର ଏଭଳି ଅପମାନକୁ ଘୋର ନିନ୍ଦା କରିବା ସହ ଆଗକୁ ଏହାର ଜବାବ ଦିଆଯିବ ବୋଲି ଜିଲ୍ଲା ବିଜେପି କହିଛି ।