ମହାନ ରାଷ୍ଟ୍ରନେତା ବାଜ୍‌ପେୟୀଙ୍କ ଶ୍ରାଦ୍ଧ ଦିବସରେ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି

23

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ): ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ମହାନ ରାଷ୍ଟ୍ର ନେତା ଅଟଳ ବିହାରୀ ବଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ଦିବସରେ ସମଗ୍ର ଦେଶ ତାଙ୍କୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ଏ ଦେଶ ପ୍ରତି ମହାନ ତ୍ୟାଗ ଓ ଅବଦାନକୁ ସ୍ମରଣ କରିଛନ୍ତି । ଏହି ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସଂଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ତିତିରା ଠାରେ ଅନୁଷ୍ଠିତ ହୋଇ ୧୯୯୯ ମସିହା କାର୍ଗିଲ ଯୁଦ୍ଧରେ ତାଙ୍କର ବିଚକ୍ଷଣ କୂଟନୀତି ଓ ରାଜନୈତିକ ପାରଦର୍ଶିତା ପାଇଁ ସେ ପାକିସ୍ତାନକୁ ଶୋଚନୀୟ ପରାଜୟ କରିପାରିବା ସହିତ ସେ ସବୁଦିନ ପାଇଁ ଭାରତୀୟ ମାନଙ୍କ ହୃହୟରେ ସ୍ମରଣୀୟ ହୋଇ ରହିବେ ବୋଲି ଗୁରୁତ୍ୱଆରୋପ କରିବା ସହିତ ଆଦ୍ୱିତୀୟ ରାଷ୍ଟ୍ରନେତା ରୂପେ ସେ ସବୁଦିନ ପାଇଁ ପରିଗଣିତ ହେବେ ବୋଲି ଶ୍ରୀ ମହାନ୍ତି କହିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅଭୟ କୁମାର ନାୟକ,ପଦ୍ମନାଭ ସାହୁ,ଅମୀୟ କୁମାର ନାୟକ, ଟୁକୁନା ରାଉତ,ମାନସ ସେନାପତି,ବିଶ୍ୱନାଥ ବାରିକ ପ୍ରମୁଖ ଯୋଗଦେଇ ମହାନ ରାଷ୍ଟ୍ର ନେତାଙ୍କୁ ଏହି ପୂର୍ଣ୍ଣ୍ୟ ତିଥିରେ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ବାଜପେୟୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More