ଭୁବନେଶ୍ଵରରେ ଚାଲିଛି ବେଧଡକ BSNL ସେବା

24

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଭୁବନେଶ୍ଵରରେ ଚାଲିଛି ମନମୁଖୀ BSNL ସେବା । ଗୁହାରି କଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ଵର ନିକଟସ୍ଥ ଶିବଶକ୍ତି ନଗରରେ । ଶିବଶକ୍ତି ନଗର ବାସିନ୍ଦା ଦୀର୍ଘ ୧୦ଦିନ ହେବ BSNL ସେବାରୁ ବଞ୍ଚିତ ଅଛନ୍ତି । JTO, SDO(T), AGMଙ୍କ ଠାରୁ ଆରମ୍ଭ କରି GMଙ୍କ ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ କେହି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ବିଏସଏନଏଲ ଏକ ପୁରୁଣା ନେଟୱ।ର୍କ ସଂସ୍ଥା ଓ ଭାରତ ସରକାରଙ୍କର ଏକ ସଂସ୍ଥା ହୋଇଥିବାରୁ ବହୁ ଲୋକ ଏହି ସେବା ପାଇଁ ଆଗ୍ରହ ହୋଇଥାନ୍ତି । ବିଏସଏନଏଲଆର ଉଚ କର୍ତୁପକ୍ଷଙ୍କ ନିକଟରେ ଗୁହାରି କଲେ ମଧ୍ୟ ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି । ଅଭିଯୋଗ ପରେ, ୪ଦିନ ତଳେ SDO(T) ଏହି ଅଞ୍ଚଳକୁ ଅନୁସନ୍ଧାନରେ ଆସିଥିଲେ । ସ୍ଥାନୀୟ ବାସିନ୍ଦା ତାଙ୍କ ବିଏସଏନଏଲ ସେବା ସଂଯୋଗ ପାଇଁ ତାଙ୍କ ନିକଟରେ ଗୁହାରି କରିଥିଲେ । ସେ ମହାଶୟ ଶୀଘ୍ର ସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ତା ପରଠାରୁ ତାଙ୍କ ସହ ଯୋଗାଯୋଗ କଲେ ସେ ମହାଶୟ ସଙ୍ଗେ ସଙ୍ଗେ ଫୋନ ବନ୍ଦ କରିଦେଉଛନ୍ତି । BSNLଭଳି ଏକ ପୁରୁଣା ସଂସ୍ଥାକୁ ଏମାନେ ବୁଡେଇ ଦେବାକୁ ବସିଥିବା କଥା ସାଧାରଣରେ ଚର୍ଚା ହେଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More