କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଜରିମୁଳ ମା ମାଟିଆ ମଙ୍ଗଳାଙ୍କ ପୀଠ ନିକଟରେ ଭାରତୀୟ ଜନତା ପାର୍ଟିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସଭାର ସଭାପତି ଦିଲ୍ଲିପ୍ କୁମାର ରାଉତ, ସୁନାକର ବେହେରା,ସୁନାକର ପ୍ରଧାନ, ଜିଲ୍ଲା ଉପ ସଭାପତି ଭକ୍ତବନ୍ଧୁ ମିଶ୍ର, ମୁଖ୍ୟ ଅତିଥି ତଥା ପୂର୍ବତନ ବିଧାୟକ ଅଲେଖ କୁମାର ଜେନା ଉପସ୍ଥିତ ରହି ସଭାକାର୍ଯ୍ୟ କୁ ଆଗକୁ ଆଗକୁ ବଢ଼ାଇଥିଲେ। ଏହି ସଭାରେ ବହୁ ବିଜେପି କର୍ମୀ ମାନଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ ଦକ୍ଷତା କୁ ତୃଣମୂଳ ସ୍ତରରେ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଗୁରୁମନ୍ତ୍ର ଦେଇଥିଲେ। ଏ ସଭାରେ ଫନି ମହାବାତ୍ୟା, ଅମ୍ପନ ବାତ୍ୟା, ଠାରୁ ଆରମ୍ଭ କରି କରୋନା ସମୟ ପର୍ଯ୍ୟନ୍ତ ମୋଦିଜି ଓଡିଶାକୁ ବହୁତ ପାଣ୍ଠି ଦେଇଛନ୍ତି। ସେଥିରୁ ଓଡିଶା ସରକାର ବହୁତ କମ୍ ପରିମାଣ ଅର୍ଥ ଲୋକମାନଙ୍କ ପାଖରେ ପହଁଚୁଛି ଓ କିଛି କିଛି ଯୋଜନା ମଧ୍ୟ ଫେରିଜାଉଛି। ଯେଉଁ ଯୋଜନା କେନ୍ଦ୍ରରୁ ଆସୁଛି ଏ ସରକାର ସେ ଯୋଜନାର ଅନ୍ୟ ନାମକରଣ କରିଦେଉଛନ୍ତି। ଆମେ ସାଧାରଣ ଲୋକମାନଙ୍କ ନିକଟରେ ଠିକ୍ କଥା ପହଁଚାନ୍ତୁ। ଏ ସରକାର କେବଳ କଥା ବହୁତ କାମ କମ୍ ଜାହା ଦେଉଛି କେନ୍ଦ୍ର ଦେଉଛି କହିବାକୁ ପଡିବ। ଆହୁରି କହିଛନ୍ତି ବୈଜୟନ୍ତ ପଣ୍ଡା ଙ୍କୁ ଏ ସରକାର କିଭଳି ହଇରାଣ କରୁଛନ୍ତି ଆପଣମାନେ ନ୍ୟୁଜ୍ ରେ ଦେଖିଥିବେ। ଏ ସରକାର ସମୟରେ ନିରିହ ଲୋକମାନେ ଥାନା ଠାରୁ ଆରମ୍ଭ କରି ବ୍ଳକ ପର୍ଯ୍ୟନ୍ତ ପ୍ରକୃତ ନ୍ୟାୟ ପାଉନାହାନ୍ତି। ଏ ସରକାର ସମୟରେ ସରକାରୀ ଅଫିସର ମାନେ ମାଲାମାଲ ହେଉଛନ୍ତି। ସାଧାରଣ ଲୋକମାନଙ୍କ ଦୁଃଖ ଏବେବି ରହିଛି ଓ ନାରିମାନଙ୍କୁ ଏବେବି ସମ୍ମାନ ମିଳୁନି। ଚାଷୀ ମାନଙ୍କୁ ମିଳୁନି ସୁବିଧା ସୁଯୋଗ। ଏ ଭଳି ବହୁତ କଥାକହିବା ସହ କର୍ମିମାନଙ୍କୁ ଆଗାମୀ ଦିନରେ ପଞ୍ଚାୟତ ଭୋଟ୍ ପାଇଁ ପ୍ରସ୍ତୁତି ହେବାକୁ ଗୁରୁମନ୍ତ୍ର ଦେଇଥିଲେ ଅଲେଖ କୁମାର ଜେନା। ରାଜନଗରରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।