ବଣାଇ (ସଂଘର୍ଷ ମିଡିଆ ) : ଭାରତୀୟ ଜନତା ପାର୍ଟିର ମୁଖ୍ୟ ସଚେତକ ତଥା କେନ୍ଦୁଝର ବିଧାୟକ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଶ୍ରୀ ସୁବାଷ ପାଣିଗ୍ରାହୀ ବିଧାୟକ ଦେବଗଡ଼, ଶ୍ରୀମତୀ କୁସୁମ ଟେଟେ ବିଧାୟିକା ସୁନ୍ଦରଗଡ଼, ଶ୍ରୀ ଶଙ୍କର ଓରାମ ବିଧାୟକ ବୀରମିତ୍ରପୁର, ଶ୍ରୀ ବିଜୟ ଖାଲଖୋ ସମ୍ପାଦକ ରାଷ୍ଟ୍ରୀୟ କିସାନ ମୋର୍ଚ୍ଚା, ଶ୍ରୀ କାମାକ୍ଷ୍ୟା ପ୍ରଧାନ ସାଧାରଣ ସମ୍ପାଦକ ରାଜ୍ୟ କୃଷକ ମୋର୍ଚ୍ଚା ଙ୍କୁ ନେଇ ଗଠିତ ଏକ ମରୁଡି ଅନୁଧ୍ୟାନକାରୀ ଦଳ ଆସନ୍ତା ୨୮ ତାରିଖ ଶନିବାର ସକାଳ ୮ ଟା ରେ ଦେବଗଡ଼ ଜିଲ୍ଲା ଗସ୍ତ କଲା ପରେ ଦିନ ୨ ଟାରେ ବଣାଇଁ ସାଂଗଠାନିକ ଜିଲ୍ଲାରେ ମରୁଡ଼ି ଆକଳନ କରିବା ପାଇଁ ବଣାଇ ସାଙ୍ଗଠନିକ ଜିଲ୍ଲାର ରଜାମୁଣ୍ଡା ମୁଖ୍ୟ କାର୍ଯ୍ୟାଳୟରେ ଦଳର ବିଭିନ୍ନ ବର୍ଗର କାର୍ଯ୍ୟକର୍ତାଙ୍କ ସହିତ ଆଲୋଚନା କରିଛନ୍ତି । ବଣାଇ ସାଙ୍ଗଠନିକ ଜିଲ୍ଲାର ପ୍ରେତ୍ୟେକ ମଣ୍ଡଳର ସଭାପତି, କୃଷକ ମୋର୍ଚ୍ଚା ସଭାପତି ଏବଂ ଅଞ୍ଚଳର ବହୁ ସଂଖ୍ୟାରେ ଚାଷୀ ଭାଇ ଏହି ସଭାରେ ଯୋଗ ଦାନ କରିଥିଲେ ନିଜ ନିଜ ଅଂଚଳ ର ମରୁଡି ର ସମସ୍ୟା ବିଷୟରେ ଶ୍ରୀ ମାଝୀ ଙ୍କୁ ଅବଗତ କରାଇଥିଲେ l ଶ୍ରୀ ମାଝୀ ରାଜ୍ୟ ସରକାର ଙ୍କ ଚାଷ ଉପରେ ନଜର ନ ଦେଇ ଚେକ ଡ୍ୟାମ ହେଉ କି ଏଲ ଆଇ ପଏଣ୍ଟ ହେଉ କିଛି ପ୍ରତି ଦୃଷ୍ଟି ନ ଦେବାରୁ ଆଜି ଏହି ଅଂଚଳ ସବୁ ମରୁଡି ହେବାକୁ ବସିଲାଣି ବୋଲି ସାମ୍ବାଦିକ ସମ୍ମିଳନୀ ରେ ବିଧାୟକ ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି l ଵଣାଇଁ ରୁ ତପନ ପାତ୍ରଙ୍କ ରିପୋର୍ଟ ।