ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥାକୁ ନେଇ ଅଧିକାରୀଙ୍କୁ ଘେରିଲା ବିଜେପି

39

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : : ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥାକୁ ନେଇ ତାତିଲା ବିଜେପି ।ବହୁ ସମୟ ଅପେକ୍ଷା କରିବା ପରେ ଶେଷରେ ମେଡ଼ିକାଲ ଅଧିକାରୀଙ୍କୁ ଭେଟି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା । ରୋଗୀମାନଙ୍କର ଟିକଟ କରିବା ଦାୟିତ୍ୱରେ ଥିବା କର୍ମଚାରୀ ରୋଗୀଙ୍କ ସମ୍ପର୍କୀୟଙ୍କୁ ଖରାପ ବ୍ୟବହାର କରିବାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ନେଇ ଜିଲ୍ଲା ବିଜେପି କର୍ମୀ ମାନେ ଭଦ୍ରକ ମେଡିକାଲର ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଦୁର୍ବ୍ୟବହାର କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More