ଭଦ୍ରକ(ସଂଘର୍ଷ ମିଡିଆ ) : – ଦଳ ତଥା ପଦବୀରୁ ଇସ୍ତଫା ଦେଲେ ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା । ଦଳର ନୀତି ଓ ଆଦର୍ଶକୁ ଅବମାନନା ଓ ନ୍ୟାୟ ଦେବାପାଇଁ ଆସି ସମାନ ଅଭିଯୋଗ ଥିବା ଜଣେ ବିଜେପି ନେତ୍ରୀଙ୍କ ଘରେ ନୈଶ ଭୋଜିରେ ଯୋଗଦେବା ଓ ଗତ ୨ ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ପାଇଁ ଦଳ ପକ୍ଷରୁ ମୋତେ ବାରମ୍ବାର ଧମକ ମିଳୁଥିବାରୁ ଦଳ ଛାଡିଥିବା କହିଛନ୍ତି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସମ୍ପାଦିକା ପଦରୁ ଇସ୍ତଫା ଦେଇଛନ୍ତି ନବନୀତା ନାୟକ । ନବନୀତାଙ୍କ ଅଭିଯୋଗ ଅନୁଯାୟୀ ମିର୍ଜାପୁରର ତୃଷ୍ଣାରଣୀଙ୍କୁ ନ୍ୟାୟ ଦେବାପାଇଁ ଭଦ୍ରକ ବିଜେପି ସହ ବହୁ ସଂଗଠନ ଅଣ୍ଟା ଭିଡିଥିଲେ । ପରେ ଅଭିଯୁକ୍ତଙ୍କ ଦୁଇ ପୁଅ ମଧ୍ୟ ଗିରଫ ହୋଇ ଜେଲ ଯାଇଥିଲେ । କିନ୍ତୁ ତୃଷ୍ଣାରାଣୀଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଭାପତି ସ୍ମୃତି ପଟନାୟକଙ୍କ ସହ ଏକ ଟିମ ଆସି ମିର୍ଜାପୁର ଯାଇ ତୃଷ୍ଣାରାଣୀଙ୍କ ପରିବାର କୁ ଭେଟିଥିଲେ । ପରେ ବିଜେପି ନେତ୍ରୀଙ୍କ ଘରେ ଖାଇବା ପାଇଁ ଯାଇଥିଲେ । ତେବେ ଏହି ଘଟଣାକୁ ବିରୋଧ କରିବାରୁ ତାଙ୍କୁ ତାଙ୍କ ପଦବୀରୁ ବିତାଡିତ କରିବା ପାଇଁ ମଧ୍ୟ ଧମକ ଦିଆଯାଉଥିବା କହିଛନ୍ତି । ସେହି ଭଳି ଫେସବୁକରେ ତାଙ୍କ ପୋଷ୍ଟକୁ ଡ଼ିଲିଟ ପାଇଁ ମଧ୍ୟ ଚାପ ପଡୁଥିବା କହିଛନ୍ତି । ଯାହାକି ଭଦ୍ରକ ବିଜେପି ମହିଳା ମୋର୍ଚ୍ଚାରେ ଥିବା ଅନ୍ତର୍ଦ୍ୱନ୍ଦ ଏବେ ପଦାକୁ ଆସିଛି । ଖୋଦ ଜ଼ିଲ୍ଲା ସଭାନେତ୍ରୀଙ୍କ ନାମରେ ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା । ଏମିତି ଅଭିଯୋଗ ନେଇ ନବନୀତା ତାଙ୍କ ପଦବୀରୁ ଇସ୍ତଫା ଦେଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।