ଭଦ୍ରକ ପୌରାଞଳର ଉନ୍ନତିରେ ବାଧକ ସାଜୁଛନ୍ତି ଭଦ୍ରକ ବିଧାୟକ ବୋଲି ଅଭିଯୋଗ ଆଣିଲେ ଅଧ୍ୟକ୍ଷା

23

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) :- ଭଦ୍ରକ ପୌରପାଳିକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଭଦ୍ରକର ମାନ୍ୟବର ବିଧାୟକଙ୍କ ଇସାରାରେ କିଛି କାଉନସିଲର ମାନେ ସହଯୋଗ କରୁ ନଥିବାର ଗୁରୁତର ଅଭିଯୋଗ ଆଣିଛନ୍ତି ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ । ତାଙ୍କ କାର୍ଯ୍ୟାଳୟ ଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ମୁଁ ନିର୍ବାଚିତ ହେବା ଠାରୁ 8 ମାସ ଭିତରେ ଅନେକ ଉନୟନ ମୂଳକ କାର୍ଯ୍ୟ କରି ଆସୁଛି । ସହର ବାସୀଙ୍କ ଉନତି ପାଇଁ ମୁଁ ସବୁ ପ୍ରକାର କାର୍ଯ୍ୟକୁ ସେ ଅଗ୍ରାଧିକାର ଦେଉଛନ୍ତି ଏବଂ ସମସ୍ତ କାଉନସିଲ ମାନଙ୍କୁ ନେଇ ସହରର ଉନ୍ନତି କରିବାକୁ ଚାହେଁ ହେଲେ ଅଧିକାଂଶ କାଉନସିଲର ଅଯଥାରେ କାଉନସିଲ ବୌଠକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ବିରୋଧ କରୁଛନ୍ତି । ଏପରିକି ଭଦ୍ରକ ବିଧାୟକ ପରୋକ୍ଷରେ ସେହି କାଉନସିଲର ମାନଙ୍କୁ ବିରୋଧ କରିବା ପାଇଁ ପ୍ରଭାବିତ କରୁଛନ୍ତି ଯାହାଦ୍ଵାରା ବିଭିନ୍ନ ଉନତି ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଯାହା କି ଅନେକ ଉନୟନ କାର୍ଯ୍ୟ ପୌରପାଳିକାରେ ହୋଇ ପାରୁନାହିଁ ବୋଲି ପୌରାଧ୍ୟକ୍ଷା କ୍ଷଭ ପ୍ରକାଶ କରିବା ସହ ବିଧାୟକଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆଣିଛନ୍ତି ଏବଂ ସେ କହିଛନ୍ତି ସମସ୍ତଙ୍କର ସହଯୋରେ ଭଦ୍ରକ ସହରର କିପରି ଉନ୍ନତି ହୋଇ ପାରିବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରୁଛି । ପୌର ଅଧ୍ୟକ୍ଷା ଆଣିଥିବା ଅଭିଯୋଗ ଉପରେ ଭଦ୍ରକ ବିଧାୟକଙ୍କୁ ପଚାରିବାରୁ ସେ କହିଛନ୍ତି ପୌରାଧ୍ୟକ୍ଷାଙ୍କ ଅଭିଯୋଗ ଭିର୍ତିହୀନ ସେ ସବୁବେଳେ ପୌରପାଳିକାରେ ଉନତି କରିବା ସହ ସହଯୋଗ କରୁଛନ୍ତି ଓ ଆଗକୁ ନିଶ୍ଚିତ ଭାବେ ସହଯୋଗ ଜାରି ରଖିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More