ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ କମ୍ୟୁନିଷ୍ଟ ପାର୍ଟିକୁ ଆଜି ପୁରିଲା ୧୦୦ ବର୍ଷ l ଏହି ଉପଲକ୍ଷେ ଭଦ୍ରକ ବନ୍ତ ଛକ ଠାରେ କମ୍ୟୁନିଷ୍ଟ ନେତା ଦିବ୍ୟସିଂହ ନାୟକଙ୍କ ନେତୃତ୍ୱରେ ବହୁ କର୍ମୀ ଉପସ୍ଥିତ ହୋଇ କୋଭିଡ଼ ନିୟମକୁ ମାନି ପତକା ଉତ୍ତୋଳନ କରିଥିଲେ l ସୂଚନା ଅନୁସାରେ ୧୯୨୦ ଅକ୍ଟୋବର ୧୭ ତାରିଖରେ ତାସକେଣ୍ଟ ଠାରେ ଏମ.ଏନ ରାୟ,ଶିବ ବର୍ମାନ, ମଜାଫୋର ହୋସେନ ଓ ଓଡିଶାର ଭଗବତୀ ପାଣିଗ୍ରାହୀ,ବୈଷ୍ଣବ ପଟ୍ଟନାୟକ,ବନମାଳୀ ଦାସ, ପ୍ରାଣନାଥ ପଟ୍ଟନାୟକ, ଗୁରୁ ଚରଣ ପଟ୍ଟନାୟକ, ମନମୋହନ ମିଶ୍ର ଓ ବୈଦ୍ୟନାଥ ରଥଙ୍କୁ ନେଇ ଏହି କମ୍ୟୁନିଷ୍ଟ ପାର୍ଟି ଗଠିତ ହୋଇଥିଲା l ସେହି ସାଥି ମାନେ ସମସ୍ତେ ଆଜାଦି ଆନ୍ଦୋଳନର କର୍ଣଧାର ଓ ତ୍ୟାଗୀ ମହାନ ଦେଶ ପ୍ରେମୀ କମ୍ୟୁନିଷ୍ଟ ନେତା ମାନଙ୍କୁ ମନେପକାଇ ସେମାନଙ୍କୁ ସଲାମ ଜଣାଇ ଲାଲଝଣ୍ଡା ଲାଲ ସଲାମ ଓ ଦୁନିଆର ସମସ୍ତ ମଜଦୂର ଏକହୁଅ ନାରାରେ କମ୍ପି ଉଠିଥିଲା ଭଦ୍ରକ ସହର l ଜିଲ୍ଲା କମିଟି ପକ୍ଷରୁ ଏଥିରେ ଅଭିରାମ ବଳ, କାଳନ୍ଦୀ ପାତ୍ର,ବାମଦେବ ମିଶ୍ର,ସେକ କମର,ସେକ ସତ୍ତାରୁଦ୍ଦିନ ପ୍ରମୁଖ ବହୁ କର୍ମୀ ମାନେ ଯୋଗ ଦେଇଥିଲେ l