ଭଦ୍ରକରେ ମେଡିକାଲ କଲେଜ ଓ ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିରେ କଂଗ୍ରେସର ଭଦ୍ରକ ବନ୍ଦ

31

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) :- ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଭଦ୍ରକ ବନ୍ଦ ପାଳନ କରାଯାଉଛି । ଭଦ୍ରକରେ ମେଡିକାଲ କଲେଜ ଓ ଭଦ୍ରକ ସ୍ବୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରିବା ଦାବିରେ ଆଜି ଭଦ୍ରକ ସହର ବନ୍ଦ କରିଛି କଂଗ୍ରେସ। ଵିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ କରାଯାଉଛି । ସରକାରୀ କାର୍ଯ୍ୟାଳୟ , କୋର୍ଟ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ କଂଗ୍ରେସ କର୍ମୀ ମାନେ ରହିଛନ୍ତି । ଭଦ୍ରକ ନୂଆ ବସଷ୍ଟାଣ୍ଡ ଠାରେ 16 ନମ୍ବର ଜାତୀୟ ରାଜପଥ କୁ ମଧ୍ୟ ଅବରୋଧ କରାଯାଇଛି । ତେବେ ଭଦ୍ରକ ବାସୀ ଙ୍କ ସ୍ୱାର୍ଥକୁ ନଜରରେ ରଖି ଜିଲ୍ଲା କଂଗ୍ରେସ ଏହି ନିଷ୍ପତ୍ତି ନେଇଛି । ମେଡିକାଲ କଲେଜ ପ୍ରତିଷ୍ଠା ଓ ଭଦ୍ରକ ସ୍ବୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ନଦିଆଯିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ବରିଷ୍ଠ ନେତା କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More