ଭଣ୍ଡାରିପୋଖରୀ ବିଜେପିର ଫର୍ଦ୍ଧାଫାସ ସଭା ଅନୁଷ୍ଠିତ

20

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଣ୍ଡାରିପୋଖରୀ ବ୍ଲକ ବିଜେପି ପକ୍ଷରୁ ବିଜେଡି ଦଳ ପକ୍ଷରୁ ହେଉଥିବା ବିଭିନ୍ନ ଦୁର୍ନୀତିକୁ ଫର୍ଦ୍ଧାଫାସ କରିବା ସହ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକରେ ରାସନ କାର୍ଡ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଭିନ୍ନ ଘୋଟଲା କୁ ନେଇ ଶାସକ ଦଳକୁ କଟୁ ସମାଲୋଚନା କରିବା ସହ ସରକାରୀ ଦଳର ଗୋଲାମ ସାଜିଥିବା ଅଫିସରମାନଙ୍କୁ ମଧ୍ୟ ସମାଲୋଚନା କଲେ ।ଏଠାରେ ଶାସକ ଦଳର ପଞ୍ଚାୟତ ସ୍ତରର ନେତା ସରପଞ୍ଚ ଓ ସମିତି ସଭ୍ୟଙ୍କ ପରିବାର ଓ ସମ୍ପର୍କିୟ ମାନେ ଗରିବ ଲୋକଙ୍କ ପାଇଁ ଆସୁଥିବା ରେସନକାଡ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନିଜ ନାମରେ କରି ହରିଲୁଟ କରୁଥିବା ବେଳେ ଯାହା ମୁଣ୍ଡ ଉପରେ ଚାଳଛପର ଖଣ୍ଡେ ନାହିଁ ତାଙ୍କୁ ରାସନ୍ କାର୍ଡ ଠାରୁ ଆରମ୍ଭ କରି କୈାଣସି ସୁବିଧା ସୁଯୋଗ ମିଳୁନାହିଁ । ଏହି ପ୍ରତିବାଦ ସଭା ମାଧ୍ୟମରେ ବ୍ଲକ ବିଡିଓଙ୍କୁ ଚେତାବନି ଦେଇ ଆଗାମୀ ଦିନରେ ଯଦି ଏଭଳି କିଛି ହୁଏ ତାହେଲେ ବ୍ଲକ ଅଫିସ୍ ରେ ତାଲା ପକେଇଦିଆଯିବ ବୋଲି ବିଜେପି ନେତା ବଦ୍ରୀ ଧଳ କହିଛନ୍ତି । ଏହା ସହ ବିଜେପି ପକ୍ଷରୁ ଏକ ଦାବିପତ୍ର ବିଡିଓଙ୍କୁ ଦିଆଗଲା । ଭଦ୍ରକ ଲୋକସଭା ପାର୍ଥୀ ଅଭିମନ୍ୟୁ ସେଠୀ ଓ ଯୁବନେତା ରବି ସାହୁ , ସତ୍ୟବ୍ରତ ଦାସ ଉପସ୍ଥିତ ଥିଲେ । ଏ ସଭାରେ ଶତାଧିକ ଲୋକ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More