ଭଦ୍ରକ(ସଂଘର୍ଷ ମିଡିଆ) :- ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ ର ଆଖୁଆପଦା ଆନିକଟ ଠାରେ ବ୍ୟାରେଜ୍ ନିର୍ମାଣ ପାଇଁ ବିଜେପି ଦଳ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ବ୍ୟାରେଜ ନିର୍ମାଣ ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ ଘୋଷଣା କରାଯାଇଛି। ନିର୍ବାଚନ ମଣ୍ଡଳୀ ନେତା ବଦ୍ରି ନାରାୟଣ ଧଳଙ୍କ ସମେତ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ ଯୋଗଦେଇ ପ୍ରଥମେ ବୈତରଣୀ ନଦୀ ପୀଠରେ ପୂଜାର୍ଚ୍ଚନା କରି ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରା ଯାଇଥିଲା ଏହି ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ବନ୍ୟା ପ୍ରପୀଡ଼ିତ ଭଣ୍ଡାରି ପୋଖରୀ ବାସୀଙ୍କ ବନ୍ୟା କଷ୍ଟ ଓ ଚାଷ କଷ୍ଟ ଦୂର କରିବା ପାଇଁ ବୈତରଣୀ ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ସରକାରଙ୍କୁ ଦାବି କରାଯାଇଥିଲା। ଅନେକ ଥର ଦାବି କରାଯାଇଥିଲେ ସୁଦ୍ଧା ସରକାରଙ୍କ ଉଦାସୀନତା ପାଇଁ ତୀବ୍ର ସମାଲୋଚନା କରାଯାଇଛି। ମାଟି ସୁରକ୍ଷା ନାମରେ ଅଭିଯାନ ଆରମ୍ଭ କରାଯାଇ ଲୋକଙ୍କ ନିକଟକୁ ଯାଇ ସ୍ୱାକ୍ଷର ସଂଗୃହିତ କରାଯାଇ ପାଞ୍ଚ ଦଫା ଦାବି ସମ୍ବଳିତ ସ୍ମାରକପତ୍ରକୁ ମହାମହିମ ରାଷ୍ଟ୍ରପତି ମହୋଦୟାଙ୍କୁ ପ୍ରଦାନ କରିବେ ବୋଲି ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଭଣ୍ଡାରିପୋଖରୀରୁ ରାଜକିଶୋର ଜେନା ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ