ପଟ୍ଟାମୁଣ୍ଡାଇ(ସଂଘର୍ଷ ମିଡିଆ): – ସରକାର ଙ୍କ ଯୋଜନା ରୁ ବାଦ୍ ପଡୁଛନ୍ତି ସାଧାରଣ ଲୋକେ ,ଆପଣ ମାନେ ଶୁଣିଥିବେସାଧାରଣ ଲୋକ ଙ୍କ ପାଇଁ ସରକାର କେତେ କଣ ଯୋଜନାକରୁଛନ୍ତି .କିନ୍ତୁ ଏଠି ଯୋଜନା ହିଁ ଯାଜନାରେ ଯୋଜନା ରେ ରହିଯାଉଛି . ବ୍ଲକ୍ କାର୍ଯ୍ୟାଳୟରୁ ନିରାଶ ହୋଇ ଫେରୁଛନ୍ତି ମହିଳା । . ସରକାର ଗରିବ ଅସହାୟ, ଶାରୀରିକ ଅକ୍ଷମ ମାନଙ୍କ ପାଇଁ କେତେ କଣ ଯୋଜନା କରିଛନ୍ତି କିନ୍ତୁ ସେହି ଯୋଜନା ରୁ ବାଦ୍ ପଡୁଛନ୍ତି ସାଧାରଣ ଲୋକେ। ଥିଲା ବାଲାଙ୍କୁ ମେଞ୍ଚାଏ ତ ନ ଥିଲା ବାଲାଙ୍କୁ କେଞ୍ଚାଏ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ର ମହିଳାମାନେ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ କୁ ଆସିଥିଲେ ସେମାନଙ୍କର ଅଭିଯୋଗ କରିବା ପାଇଁ କିନ୍ତୁ ବିଡ଼ିଓ ଶୁଭ୍ରାଂଶୁ ସାହୁ ଙ୍କ ଦେଖା ନମିଳିବାରୁ ହାରାସ ହୋଇ ଫେରିଗଲେ ପେଣ୍ଠପାଳ ମହିଳାମାନେ। ପେଣ୍ଠପାଳ ପଞ୍ଚାୟତରୁ ଆସିଥିବା ମହିଳାମାନେ ବାରମ୍ବାର ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ କୁ ଆସି ଅଭିଯୋଗ କରିଥିଲେ ମଧ୍ୟ ଫଳ ସୁନ। କାହାର ଅଭିଯୋଗ ଦୀର୍ଘ ବର୍ଷ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରଟିଏ ମିଳିନି ତ ଆଉ କାହାର ଅଭିଯୋଗ ପଞ୍ଚାୟତ ଲିଷ୍ଟିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ଥାଇ ମଧ୍ୟ କାଟି ଦେଉଛନ୍ତି। ସେହିପରି ୬୩ବର୍ଷ ପରେବି ମିଳୁନି ବାର୍ଦ୍ଧକ୍ୟ ଭତ୍ତା। ମହିଳା ମାନେ ସକାଳ ୧୦ଟାରୁ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ ପହଂଚି ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଦେଖା କରିବାକୁ ଆସିଥିଲେ କିନ୍ତୁ ଅଖିଆ ଅପିଆ ୩ଟା ପଯ୍ୟନ୍ତ ବସି ରହିଥିଲେ ମଧ୍ୟ ବିଡିଓ ଶୁଭ୍ରାଂଶୁ ସାହୁ ଆସିନଥିଲେ। ମହିଳା ମାନେ ବିଡ଼ିଓଙ୍କ କାର୍ଯ୍ୟାଳୟ ନିକଟରେ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବିଡ଼ିଓଙ୍କୁ ପଚାରିବାରୁ ବିଡ଼ିଓ ଶୁଭ୍ରାଂଶୁ ସାହୁ ଏସମ୍ପର୍କରେ ମୁହଁ ଖୋଲିନଥିଲେ। ମହିଳାମାନେ କହିଛନ୍ତି କୋଠାଘର ଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଦିଆଯାଉଛି କିନ୍ତୁ ଆମେ ନଡ଼ା ଛପର ଘରେ ବହୁ କଷ୍ଟରେ ଜୀବନ ବିତାଉଛୁ। ଏମାନଙ୍କୁ କେବେ ସରକାରଙ୍କ ଆବାସ ଯୋଜନାରେ ଖଣ୍ଡିଏ ପକ୍କା ଘରଟିଏ ମିଳୁଛି ତାହା ସମୟ କହିବ। ପଟ୍ଟାମୁଣ୍ଡାଇ ରୁ ଶକ୍ତି ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍