ବିହାରରେ ବାଜିଲା ନିର୍ବାଚନ ବିଗୁଲ

19

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ବିହାର ବିଧାନସଭା ନିର୍ବାଚନ ସହ ବିଭିନ୍ନ ରାଜ୍ୟର ଉପନିର୍ବାଚନ ପାଇଁ ଆଜି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ନିର୍ବାଚନୀ ତାରିଖ ଘୋଷଣା କରିଛନ୍ତି। ୨୪୩ଟି ଆସନ ପାଇଁ ୩ଟି ପର୍ଯ୍ୟାୟରେ ବିହାରର ନିର୍ବାଚନ ଅନୁଷ୍ଠିତ ହେବକୁ ଯାଉଛି।  ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅକ୍ଟୋବର ୨୮ ତାରିଖରେ ୭୧ଟି ଆଶନ ପାଇଁ ୧୬ଟି ଜିଲାରେ ଅନୁଷ୍ଠିତ ହେବ। ଦ୍ବିତୀୟ ପର୍ଯ୍ୟାୟ ନଭେମ୍ବର ୩ରେ ୯୪ଟି ଆଶନ ପାଇଁ ୧୭ଟି ଜିଲାରେ ଭୋଟ ଗ୍ରହଣ ହେଉଥିବା ବେଳେ ଓ ତୃତୀୟ ପର୍ଯ୍ୟାୟ ନଭେମ୍ବର ୭ ତାରିଖରେ ୭୮ ଟି ଆଶନ ପାଇଁ ୧୫ଟି ଜିଲାରେ ମତଦାନ ଗ୍ରହଣ କରାଯିବ। ନଭେମ୍ବର ୧୦ ରେ ବିହାର ନିର୍ବାଚର ଭୋଟ ଗଣତି ହେବ। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More