ବିରିଡି(ସଂଘର୍ଷ ମିଡିଆ) : – ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବିରିଡି ବ୍ଳକ ପୁରଣ ପଞ୍ଚାୟତ ଓ ଉକୁନ୍ଦରା ପଞ୍ଚାୟତ ଠାରେ ଜନସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦ ଯାତ୍ରାରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦ ଡା ରାଜଶ୍ରୀ ମଲ୍ଲୀକ, ତିର୍ତ୍ତୋଲ ବିଧାୟକ ଵିଜୟ ଶଙ୍କର ଦାସ, ବ୍ଳକ ଅଧ୍ୟକ୍ଷ।ମମତା ପାତ୍ର, ଉପାଧ୍ୟକ୍ଷା ପିନାକୀ ପ୍ରିୟ ଦର୍ଶିନୀ,ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ, ପୁରଣ ପଞ୍ଚାୟତ ସରପଞ୍ଚ ଯୁଧିଷ୍ଠିର ବେହେରା, ଉକୁନ୍ଦରା ସରପଞ୍ଚ ସରୋଜିନୀ ବାରିକ, ସମିତି ସଭ୍ୟା ପଜ୍ଞାପରିମିତା ଜେନା, ଯୁବ ନେତା ଦେବୀ ପ୍ରସାଦ ତ୍ରିପାଠୀ, ପ୍ରଫେସର ରମାକାନ୍ତ ଭୋଇ,ବ୍ଲକ ସଭାପତି ରବୀନ୍ଦ୍ର ରାଉଳ,ବ୍ଲକ ଯୁବ ସଭାପତି ସୁଶାନ୍ତ ସାହୁ ପ୍ରମୁଖ ଏହି ପଦ ଯାତ୍ରା ରେ ସାମିଲ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା କିପରି ସାଧାରଣ ଲୋକ ଙ୍କ ନିକଟରେ ପହଞ୍ଚି ପାରିବ ସେ ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ । ତେବେ ଅକ୍ଟୋବର 2 ତାରିଖରୁ ଆରମ୍ଭ ହୋଇ ଥିବା ଏହି ପଦ ଯାତ୍ରା ନଭେମ୍ବର 2 ତାରିଖରେ ଶେଷ ହେବ ବୋଲି ସାଂସଦ କହିବା ସହିତ କର୍ମୀ ମାନଙ୍କ ମଧ୍ୟରେ ବେଶ ଉତ୍ସ।ହ ହେଖିବାକୁ ମିଳିଛି । ତେବେ ଆଜିର ଏହି ପଦଯାତ୍ରାରେ ସାଂସଦ ଡା ମଲ୍ଲିକ୍ ଯୋଗଦେଇ ନାଚ ଗୀତରେ ମସଗୁଲ ଥିବା ଦେଖାଯାଇଛି।ବିରିଡିରୁ ରାଖଲ ମଲ୍ଲିକ୍ ଙ୍କ ରିପୋର୍ଟ ।