କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ଆପଣମାନେ ଅନେକ ଜନସମ୍ପର୍କ ପଦଯାତ୍ରା ଦେଖିଥିବେ କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରେ ଆଜି ଯେଉଁ ଜନସମ୍ପର୍କ ପଦଯାତ୍ରା ହୋଇଜାଛି ଏହା ଅନ୍ୟତମ। ଯେଉଁ ଆଡ଼କୁ ଅନେଇଲେ ଖାଲି ଦେଖିବେ ଶଙ୍ଖ ଚିହ୍ନ ର ପତକା ସହିତ ହଜାର ହଜାର ମହିଳା, ପୁରୁଷ,ଯୁବକ ଓ ଯୁବତୀମାନେ ନାରା ଦେବା ସହିତ ପ୍ରାୟ ତିନି କିଲୋମିଟର ଚାଲି ଚାଲି ବଜାର ଅତିକ୍ରମ କରି ସଭାସ୍ଥଳରେ ପହଂଚିଥିଲେ। ଏଭଳି ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଠାରେ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଓ ମୁନିସିପାଲଟି ର ବିଜୁ ଜନତା ଦଳର ମିଳିତ ଉଦ୍ୟମରେ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ଆୟୋଜନ ହୋଇଯାଇଛି। ଏହି ଜନସମ୍ପର୍କ ପଦଯାତ୍ରା ପଟ୍ଟାମୁଣ୍ଡାଇ ହରପାର୍ବତୀ ମନ୍ଦିର ଠାରୁ ବିରାଟ ରାଲି ବାହାରି ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରିବା ପରେ ପଟ୍ଟାମୁଣ୍ଡାଇ ବସ୍ ଷ୍ଟାଣ୍ଡ ନିକଟରେ ଆୟୋଜିତ ସଭାସ୍ଥଳରେ ପହଂଚିଥିଲେ। ଏହି ଜନସମ୍ପର୍କ ପଦଯାତ୍ରା ଟି ଜନମମୁଦ୍ର ପଦଯାତ୍ରାରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ସେହି ଜନସମୁଦ୍ର ପଦଯାତ୍ରା ପାଇଁ ପଟ୍ଟାମୁଣ୍ଡାଇ ଟ୍ରାଫିକ ସମସ୍ୟା ଦେଖା ଦେଇଥିବା ବେଳେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ତପନ କୁମାର ରାଉତ ନିଜେ ଭିଡଥିବା ଟ୍ରାଫିକ୍ କୁ ନିଜେ ଆଇଆଇସି ଶ୍ରୀ ରାଉତ ଦୁଇ ଘଣ୍ଟା ପଯ୍ୟନ୍ତ ଛିଡ଼ାହୋଇ ଟ୍ରାଫିକ ନିୟନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି। ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଓ ଆୟୋଜିତ ସଭାର ସଭାପତି କିଶୋର ସାହୁ ପରିଚାଳନା କରୁଥିବା ବେଳେ। ସଭାରେ ଆକର୍ଷଣ ମୁଖ୍ୟ ଅତିଥି ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ମଞ୍ଚରେ ଉପସ୍ଥିତ ଥିବା କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଉତ୍କଳ କେଶରୀ ପରିଡ଼ା, କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତା ସେଠି, ଜିଲ୍ଲା ମହିଳା ସଭାନେତ୍ରୀ ରୋଶ୍ମା ସାହୁ, ରାଜ୍ୟ ସଂଖ୍ୟାଲଘୁ ମହିଳା ସେଲର ସମ୍ପାଦିକା ସାନିଆ ପରିଭିନ, ପଟ୍ଟାମୁଣ୍ଡାଇ ପୈର ପରିସଦ ଅଧ୍ୟକ୍ଷ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପଦ୍ମୁନ ସାମନ୍ତରାୟ, ପଟ୍ଟାମୁଣ୍ଡାଇ ପୈର ପରିଷଦ ବିଜୁ ଜନତା ଦଳର ସଭାପତି ଖଗେଶ୍ବର ଲେଙ୍କା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିବା ବେଳେ। ବିଜୁ ଜନତା ଦଳର ହଜାର ହଜାର ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଆଜିର ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ସରପଞ୍ଚ ଓ ବାଛରା ପଞ୍ଚାୟତ ସରପଞ୍ଚ ବିଜୁ ଜନତା ଦଳରେ ଯୋଗଦାନ କରିଥିବା ଦେଖିବାକୁ ମିଳିଛି। କିନ୍ତୁ ଗତ ପଞ୍ଚାୟତ ନିର୍ବାଚନ ରେ ଏହି ଦୁଇ ଜଣ ସ୍ଵାଧୀନ ଭାବେ ନିର୍ବାଚିତ ହୋଇଥିଲେ କିନ୍ତୁ ସେହି ସରପଞ୍ଚ କହିବା କଥା ଆମେ ପୂର୍ବରୁ ବିଜୁ ଜନତା ଦଳରେ ଥିଲୁ ଏବେ ମଧ୍ୟ ଅଛୁ ଆଗାମୀ ଦିନରେ ରହିବୁ ମଧ୍ୟ ।