ବିଜେପି ସବୁ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ନିକଟକୁ ଯିବ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମାଳ, ମହାପ୍ରସାଦ

31

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀକ୍ଷେତ୍ରରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମାଳ, ମହାପ୍ରସାଦ ଯିବ ବିଜେପି ସବୁ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ନିକଟକୁ ।ମହାପ୍ରଭୁ ଙ୍କ ଆଶୀର୍ବାଦ ନେଇ ଆଗାମୀ ନିର୍ବାଚନ ରେ ଜିତିବାକୁ ଜୋରଦାର ଲଢେଇ ହେବ। ଏହି ଲକ୍ଷ୍ୟ ବେଶ ପୁରୀ ରୁ ଆରମ୍ଭ ହୋଇଚି ବିଜୟ ଅଭିଯାନ କାର୍ଯ୍ୟକ୍ରମ । ଦଇତାପତି ସେବକ ତଥା ରାଜ୍ୟ ବିଜେପି ଉପ ସଭାପତି ଭବାନି ଦାସ ମହାପାତ୍ର ଙ୍କ ନେତୃତ୍ଵରେ ଆରମ୍ଭ ହୋଇଚି ଏହି ବିଜୟ ଅଭିଯାନ ଯାତ୍ରା। ଶ୍ରୀ ମନ୍ଦିର ସିଂହ ଦ୍ୱାର ସମ୍ମୁଖରେ ମହାପ୍ରଭୁ ଙ୍କ ଉଦ୍ଦେଶ୍ୟ ରେ ଏକ ଦୀପ ଦାନ କରାଯାଇଛି। ପରେ ପାରମ୍ପାରିକ ଘଣ୍ଟ ଘଣ୍ଟା, ମୃଦଙ୍ଗ ଆଦି ବାଦ୍ୟ ତାଲରେ ପୁରୀ ରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଦଇତାପତି ସେବକ ଭବାନି ଦାସ ମହାପାତ୍ର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସ୍ବପ୍ନ ଓ ଲକ୍ଷ୍ୟ କୁ ସାକାର କରିବା ପାଇଁ ମହାପ୍ରଭୁ ଙ୍କ ଆଶୀର୍ବାଦ ନିଆଯାଇ ପୁରୀ ରୁ ଏହି ବିଜୟ ଅଭିଯାନ ଯାତ୍ରା ସାରା ଓଡ଼ିଶା ପାଇଁ ଆରମ୍ଭ ହୋଇଚି। ମହାପ୍ରଭୁ ଙ୍କ ଆଶୀର୍ବାଦ ବିନା କୌଣସି କାର୍ଯ୍ୟ ସଫଳ ହୋଇ ପାରିବ ନାହିଁ। ଏଣୁ ମହାପ୍ରଭୁ ଙ୍କ ଶକ୍ତି ଓ ଆଶୀର୍ବାଦ ନିଆଯାଇ ଆଗାମୀ ନିର୍ବାଚନ ରେ ବିଜେପି ଓଡିଶା ରେ ଜୋରଦାର ଲଢେଇ କରିବ। ଆଗାମୀ ନିର୍ବାଚନ ରେ ବିଜେପି ସରକାର୍ ଗଠନ କରି ମୋଦିଜୀଙ୍କ ସୁଶାସନ ଓଡ଼ିଶା ରେ ପ୍ରତିଷ୍ଠା କରାଯିବ। ବିଜେଡ଼ିର ଅପାରଗ, ଦୁର୍ନୀତି ଗ୍ରସ୍ତ ସରକାର କୁ ପରାସ୍ତ କରାଯିବ। ସେଥିପାଇଁ ବିଜେପି ର ଯୋଦ୍ଧା ତଥା ପ୍ରାର୍ଥୀ ଙ୍କ ନିକଟ ରେ ମହାପ୍ରଭୁଙ୍କ ଆଶୀର୍ବାଦ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଚି ବିଜୟ ଅଭିଯାନ ଯାତ୍ରା। ମହାପ୍ରଭୂ ଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମାଳ, ମହାପ୍ରସାଦ କୁ ନିଆଯାଇ ଓଡ଼ିଶା ସବୁ ନିର୍ବାଚନ ମଣ୍ଡଳୀ କୁ ଯାଇ ବିଜେପି ର ସବୁ ପ୍ରାର୍ଥୀ ଙ୍କୁ ମହାପ୍ରଭୂ ଙ୍କ ସାମଗ୍ରୀ ପ୍ରଦାନ୍ କରାଯାଇ ଆଗାମୀ ନିର୍ବାଚନ ଲଢେଇ ପାଇଁ ଉତ୍ସାହିତ କରାଯିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More