ବିଜେପି ଯୁବମୋର୍ଚ୍ଚା ତରଫରୁ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ

13

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : — କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ଅଜୟ କୁମାର ଙ୍କ ରାଷ୍ଟ୍ରପତି ପ୍ରାର୍ଥୀନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ତରଫରୁ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଘଟଣାରୁ ପ୍ରକାଶ ଯେ ଶ୍ରୀ ଅଜୟ କୁମାର ଏକ ସାକ୍ଷାତକାର ରେ ଶ୍ରୀମତୀ ମୁର୍ମୁ କୁତ୍ସିତ ଆଦର୍ଶ କୁ ପ୍ରତିନିଧିତ୍ଵ କରୁଛନ୍ତି କହି ପ୍ରକାରାନ୍ତରେ ଵନଵାସି ସମାଜ କୁ କୁତ୍ସିତ ଭାଵେ ବିବେଚନା କରିଥିଲେ।ଯାହାକି ବିଜେପି ଦଳ ପ୍ରତି ଓ ଶ୍ରୀମତୀ ମୁର୍ମୁ ଙ୍କ ସହ ବନବାସୀ ସମାଜ ପ୍ରତି ଅପମାନ ସୂଚକ ଥିଲା। ତାର ପ୍ରତିବାଦ କରି ଆଜି ନବରଙ୍ଗପୁର ଗାନ୍ଧୀ ଛକ ଠାରେ ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀ, ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ଚନ୍ଦ୍ର ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀଶଙ୍କର ମାଝୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସର୍ମିଷ୍ଟା ଦେଓ, ସୁବ୍ରତ ମିଶ୍ର, ପିଣ୍ଟୁ ମିଶ୍ର,ମାନସ ତ୍ରିପାଠୀ,ଏ ସତିସ, ସୋମେଶ ଖୋରା,ଗିତାଞ୍ଜଳୀ ପାଢୀ,ମିନତୀ ପଟ୍ଟନାୟକ, ଶ୍ରୀ ଦେବଦାସ ମହାଙ୍କୁଡ ସହ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More