କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : ମହାକାଳପଡା ବିଧାନସଭା ଅଧିନ ୨୦ନମ୍ବର ଜୋନ୍ ମହାକାଳପଡ଼ା ସଦର ମଣ୍ଡଳ ବିଜେପିର ପ୍ରଶିକ୍ଷଣ ଶିବିର ବଡକୁଳ ପଞ୍ଚାୟତ ଅଧିନ ଦହିମାଛ ଗ୍ରାମ ଧଡିବାବା ମଠ ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି।ଏହା ମଣ୍ଡଳ ସଭାପତି ପ୍ରକାଶ ପ୍ରଧାନଙ୍କ ସଭାପତିତ୍ୱରେ ଵିଧାନସଭା ନେତା ତଥା ରାଜ୍ୟ ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ବିଜୟ ପ୍ରଧାନ ଦୀପ ପ୍ରଜ୍ୱଳନ କରି ଶିବିର ଉଦଘାଟନ କରିବା ସହ ରାଜ୍ୟରେ ଓ ମହାକାଳପଡାରେ ଜନବିରୋଧି ତଥା ଅପାରଗ ବିଜେଡି ସରକାର ଦୁର୍ନୀତିର ଚରମ ସୀମାରେ ପହଞ୍ଚିଛି ବୋଲି କହିଥିଲେ। ଯେଉଁଠି ସରକାରୀ ଅଫିସରମାନେ ଦଲାଲ୍ ସାଜି ଦଳୀୟ କର୍ମୀଙ୍କ ଭଳି ସମସ୍ତ ଆଇନ କାନୁନକୁ ଜଳାଞ୍ଜଳୀ ଦେଇ ସରକାର ଚଳାଉଛନ୍ତି ଓ ଦଳୀୟ କର୍ମୀଙ୍କୁ ଉପକୃତ କରିବାପାଇଁ ଚେଷ୍ଟିତ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ଜିଲ୍ଲା ଆଇଟି ସଂଯୋଜକ ତଥା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅଭିମନ୍ୟୁ ଗୋଛାୟତ,ପାଟକୁରା ପ୍ରଭାରୀ ରଞ୍ଜିତ ଆଚାର୍ଯ୍ୟ ,ବିକ୍ରମ ରାଉତରାୟ ପ୍ରମୁଖ ଭାଜପା ସଂଗଠନର ଇତିହାସ,ଲକ୍ଷ୍ୟ,ଉଦ୍ଦେଶ୍ୟ ,ବିକାଶ ,ମୋଦି ସରକାରଙ୍କ ଛ’ବର୍ଷର ଉପଲବ୍ଧି ଓ ନିର୍ବାଚନ ପରିଚାଳନା ଆଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବଡକୁଳ ସମିତି ସଭ୍ୟ ବିପିନ ବିହାରୀ ସ୍ୱାଇଁ ,ଯୁବନେତା ବିକ୍ରମାଦିତ୍ୟ ସାହୁ,ଜୀବନାନନ୍ଦ ସାହୁ,ମିହିର କୁମାର ସାମଲ ,ମଣ୍ଡଳ ସଭାପତି ପ୍ରଶାନ୍ତ ସେଠୀ,କଳ୍ପତରୁ ବେହେରା,ପ୍ରକାଶ ଦାସ,ଉଦୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଶିବିରକୁ ସତ୍ୟରଞ୍ଜନ ଜେନା,ବୈଭବ ମହାପାତ୍ର,ସୁବାଷ ସ୍ୱ।ଇଁ,ବିପ୍ରଚରଣ ସାମନ୍ତରାୟ,ମାର୍କଣ୍ଡ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ଶତାଧିକ କାର୍ଯ୍ୟକର୍ତ୍ତା ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ।