ରାଉରକେଲା (ସଂଘର୍ଷ ମିଡିଆ ) : ସମନ୍ବିତ ଆଦିବାସି ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଖଣିଜ ପାଣ୍ଠିର ୬ କୋଟି ଟଙ୍କା ବିନା ଟେଣ୍ଡରରେ କରାଯାଉଥିବା କାର୍ଯ୍ୟ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଲତିକା ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ ଓ ଜଗବନ୍ଧୁ ବେହେରା, ବରିଷ୍ଠ ଆଇଜୀବୀ ନୃସିଂହ ଚରଣ ଜେନା, ସୁବ୍ରତ ପଟ୍ଟନାୟକ, ବରିଷ୍ଠ ନେତା ତପନ କୁମାର ସାଇଁ, ଜିଲ୍ଲା ସମ୍ପାଦକ ପ୍ରବାଳ ରଞ୍ଜନ ବାରିକ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଙ୍କୁଶ ବର୍ମା ପ୍ରମୁଖ ନେତୃବୃନ୍ଦ ରାଜ୍ୟ ସରକାରଙ୍କୁ କଠୋର ଶବ୍ଦରେ ସମାଲୋଚନା କରିଥିଲେ ।ଆଇଟିଡିଏ ଓ ବିଜେଡି ନେତାଙ୍କର ଚାଲିଥିବା ଦୁର୍ନୀତିକୁ ଲୋକ ଲୋଚନକୁ ଆଣିବା ସହ ବିନା ଟେଣ୍ଡର ବଣ୍ଟା ଯାଇଥିବା କାମକୁ ରଦ୍ଦ କରି ଟେଣ୍ଡର ମାଧ୍ୟମରେ କାର୍ଯ୍ୟ କରିବାକୁ ଦାବି କରିଥିଲେ ।ଯଦି ରାଜ୍ୟ ସରକାର ଏହି ଦାବିକୁ କର୍ଣ୍ଣପାତ ନ କରନ୍ତି ତା ହେଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ବୋଲି ନେତୃବୃନ୍ଦ ଚେତାବନୀ ଦେଇଛନ୍ତି । ଜିଲ୍ଲା ଉପସଭାପତି ଦିଲ୍ଲୀପ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଭ୍ରମରବର ବେହେରା, ମଳୟ ମହାପାତ୍ର, ଶଶାଙ୍କ ଶେଖର ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି। ରାଉରକେଲା ରୁ କ୍ୟାମେରାମ୍ୟାନ ମୃତ୍ୟୁଞ୍ଜୟଙ୍କ୍ ସହ ଅମ୍ରିତା ପ୍ରିୟଦର୍ଶିନୀଙ୍କ ରିପୋର୍ଟ୍ ସଂଘର୍ଷ ନିୟୁଜ୍ ।