ବିଜେପି ଜିଲ୍ଲା କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

38

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : ଡାବୁଗାଁ ଠାରେ ବିଜେପି ଜିଲ୍ଲା କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ଚନ୍ଦ୍ର ବିଷୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟ ସଂଗଠନ ସାଧାରଣ ସଂପାଦକ ମାନସ ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକର୍ତ୍ତା ମାନଙ୍କୁ ବ୍ୟାପକ ବ୍ୟାପକ ଭାବେ ମାର୍ଗଦର୍ଶନ ଦେଇଥିଲେ। ରାଜ୍ୟ ଉପ ସଭାପତି ବଳଭଦ୍ର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପର୍ଶୁରାମ ମାଝୀ, ଗୋବିନ୍ଦ ଜୈନ, ରମେଶ ସାହୁ, ଗୌରୀଶଙ୍କର ମାଝୀ ମଞ୍ଚାସିନ ଥିଲେ।ସମସ୍ତ ମଞ୍ଚାସୀନ ଅତିଥି ବ୍ରୁନ୍ଦ ବିଜେପି ଦଳ କିପରି ସୁଦ୍ରୁଢ ହେବ ଓ କେନ୍ଦ୍ର ସରକାରଙ୍କ ଜନ ହୀତକର ଜୋଜନା କିପରି ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ସମସ୍ତ ସକ୍ରିୟ କର୍ମୀମାନଙ୍କୁ ବ୍ୟାପକ ପରାମର୍ଶ ଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ସନ୍ତୋଷ ମହାପାତ୍ର,ଜିଲ୍ଲା ସଂପାଦକ ଅରୁଣ ପ୍ରସନ୍ନ ନାୟକ, ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର, ଦିୱାନ ସିଂ, ଡାବୁଗାଁ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ମାନସ ତ୍ରିପାଠୀ, ଯୁବମୋର୍ଚ୍ଚା ପ୍ରଭାରୀ କାହ୍ନୁ ଦାସ,ଜିଲ୍ଲା ଉପସଭାପତି ସନାତନ ତ୍ରିପାଠୀ, ମଣ୍ଡଳ ସଭାପତି ଜେ ରାଜଶେଖର ରାଓ , ମନୋହର ସେନା, ଅରୁଣ ଡାହୁକ, ସାଧାରଣ ସଂପାଦକ ମହେଶ ପାତ୍ର, ଭୀମସେନ ଜେନା, ସୁବ୍ରତ ମିଶ୍ର, ମୃତ୍ୟୁଞ୍ଜୟ ମହାରଣା, ରତନ କଲାର, ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଓ ଡାବୁଗାଁ ମଣ୍ଡଳର ସକ୍ରିୟ ସଭ୍ୟ ମାନେ ସମସ୍ତ କାର୍ଯ୍ୟର ତତ୍ବାବଧାନ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More