ବିଜେଡ଼ି ବିଧାୟକ ଦେବୀ ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବିକଲା ବିଜେପି

14

Get real time updates directly on you device, subscribe now.

ନରସିଂହପୁର ( ସଂଘର୍ଷ ମିଡିଆ ) : ବିଜେଡ଼ି ବିଧାୟକ ଦେବୀ ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବିରେ ରତାପାଟ କଲ୍ୟାଣି ମଣ୍ଡପ ଠାରେ ବିଜେପିର ପ୍ରେସମିଟ ଅନୁଷ୍ଠିତ ହୋଇଯାଇଛି । ସାରା ଓଡ଼ିଶାରେ ସି ସୋର ଓ ମହାନଦୀ ବୋଟିଂ ପ୍ରୋଜେକ୍ଟ ବିଷୟରେ ଚିଟ ଫଣ୍ଡ ଠକେଇ କୁ ନେଇ ଦୀର୍ଘ ବର୍ଷ ପୂର୍ବେ ବିଧାୟକଙ୍କ ବ୍ୟକ୍ତିଗତ ସଚିବ ଦିଲ୍ଲୀପ ମିଶ୍ର ଙ୍କୁ CBI ଜେରା କରିଥିଲେ ମଧ୍ୟ ଏହାଭିତରେ ତଦନ୍ତ ସିଥିଲତା ଭିତରେ ପୁଣି ଦୀର୍ଘ ବର୍ଷ ପରେ ସିସୋର ଚିଟଫଣ୍ଡ ଠକେଇରେ ସଂମ୍ପୃକ୍ତ ଥିବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ନରସିଂହପୁର ପୈତୃକ ଘରେ CBI ଚଢ଼ାଉ କରିବା ଦ୍ୱାରା ଅଞ୍ଚଳର ସମ୍ମାନ କ୍ଷୁର୍ଣ୍ଣ ହୋଇଥିବାରୁ ବିଧାୟକଙ୍କ ନୈତିକ ଇସ୍ତଫା ଦାବି କରି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରା ଅଭିଯୋଗ କରିଛନ୍ତି ଯେ ଦେବୀ ମିଶ୍ର କେବଳ ଚିଟଫଣ୍ଡ ଠକେଇରେ ନୁହେଁ ବରଂ ଏକାଧିକ ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି । ନିଜର ଭାବମୂର୍ତ୍ତୀ ବଜାୟ ରଖିବା ଉଦ୍ଦେଶ୍ୟରେ ଦେବୀ ମିଶ୍ର ନିଜ ନାମରେ କିଛି ସମ୍ପତ୍ତି ରଖିନଥିଲେ ମଧ୍ୟ ନିଜ ପୁଅକୁ ବିଲଡ଼ର ଭାଇକୁ କମ୍ପାନୀ ମାଲିକ କରେଇବା ସହ ନିଜ ବନ୍ଧୁବାନ୍ଧବଙ୍କ ନାମରେ ମଧ୍ୟ ଏକାଧିକ କ୍ରେଡିଟ୍ କୋ-ଅପରେଟିଭ ସଂସ୍ଥା ମାନ କରେଇଛନ୍ତି । ଏଭଳି କିଛି ଗୁରୁତର ଅଭିଯୋଗ ଓ ଦାବି ରଖି ବିଧାୟକଙ୍କ ଇସ୍ତଫା ଓ ଗିରଫଦାରୀ ଦାବି କରିଛନ୍ତି । ଆଠଗଡରୁ ସଞ୍ଜୟ ପଟ୍ଟନାୟକ ସହ ନରସିଂହପୁରରୁ ଅରବିନ୍ଦ ପ୍ରଧାନଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More