ବିଜୁ ଜନତା ଦଳର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଆହ୍ୱାନରେ ବିଶାଳ ମହିଳା ସମାବେଶ ଅନୁଷ୍ଠିତ

32

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ) : – ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ମହିଳା ସଂଗଠନ ଓ ମିଶନସକ୍ତି ମହିଳା ସଂଘ ଏକାଠି ହୋଇ ବିଜୁ ଜନତା ଦଳକୁ ମଜଭୂତ କରିବା ପାଇଁ ସଂଗଠନର ଏକତା ସହିତ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କୁ ହୁଳହୁଳି ଓ କରତାଳି ସହିତ ସ୍ୱାଗତ ସଂମ୍ମାନ ଜଣାଇଥିଲେ l ଏଥିରେ ପ୍ରାୟ ଚାରି ହଜାର ଉର୍ଦ୍ଧ ମହିଳା ସାମିଲ ହୋଇଥିଲେ l ଏହି ସମାବେଶରେ ମହିଳା ସଭାନେତ୍ରୀ ଗମ୍ଭାରୀମୁଣ୍ଡା ପଞ୍ଚାୟତର ମହିଳା ସଭାପତି କନକ ବରାଳ, କୁଳେଇ ପଞ୍ଚାୟତର ସଭାପତି ବୈଦେଇ ନାୟକ ଓ ଲିଲି ସୁବୁଦ୍ଧି, ନନ୍ଦପୁର ପଂଚାୟତର ବୈଜୟନ୍ତୀ ଖୁଣ୍ଟିଆ,ପୁର୍ବତନ ଚେୟାରମ୍ୟାନ ରୀନା ସେଠୀ, ସମେତ ଆଇନ ଜୀବୀ ଓ ସମାଜ ସେବୀ ଚାରୂଲତା ମହାନ୍ତି, ନାଚୁଣି ପଞ୍ଚାୟତ ର ସଭାପତି କଳ୍ପନା ସେଣ ଏବଂ ସସ୍ମିତା ପରିଡା ଯୋଗ ଦେଇଥିଲେ । ଏ ସବୁର ବ୍ୟବସ୍ଥା ଏବଂ ଏତେ ମହିଳାଙ୍କ ସମାଗମ କଳ୍ପନା ସେଣ ଙ୍କ ନେତୃତ୍ୱରେ ହୋଇଥିବାରୁ ପୁର୍ବତନ ବିଧାୟକ ରଘୁନାଥ ସାହୁ ନାଚୁଣି ସଭାପତି କଲ୍ପନା ସେଣ ଙ୍କୁ ଧନ୍ୟବାଦ ଦେଇଥିଲେ। ବର୍ତ୍ତମାନର ବିଧାୟକଙ୍କ କାର୍ଯ୍ୟକଳାପ ଉପରେ ମହିଳା ନେତ୍ରୀମାନେ ଖୁବ ବର୍ଷିଥିଲେ। ବାଣପୁର ବ୍ଲକରେ ହେଉଥିବା ଅନିୟମିତତା ବିଷୟରେ ଗମ୍ଭାରୀମୁଣ୍ଡା ପଞ୍ଚାୟତ ସଭାପତି କନକ ବରାଳ ସମସ୍ତ କଥାକୁ ନିଜର ବକ୍ତବ୍ୟରେ ରଖିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More