ବାହାଡାଝୋଲା ଠାରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

24

Get real time updates directly on you device, subscribe now.

ନୟାଗଡ(ସଂଘର୍ଷ ମିଡିଆ) : – ଆଜି ବିଜୁ ଜନତା ଦଳ ତରଫରୁ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ଵାନରେ ବିଧାୟକ ଦଶପଲ୍ଲାଙ୍କ ନିର୍ଦେଶକ୍ରମେ 16 ନଂମ୍ବର ଜିଲ୍ଲା ପରିଷଦ ଜୋନର ଏଗାଗୋଟି ପଞ୍ଚାୟତ ମଧ୍ୟରୁ ଆଠଗୋଟି ପଞ୍ଚାୟତର ମହିଳା ମାନଙ୍କୁ ନେଇ ବିଶାଳ ମହିଳା ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଏହି ପଦ ଯାତ୍ରା ବାହାଡାଝୋଲା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବଡ଼ପଦା ଠାରୁ ଆରମ୍ଭ ହୋଇ ବାହାଡାଝୋଲା ଆରମସି ହାଟ ପଡିଆ ଠାରେ ପହଁଚି ସେଠାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ସଭା କାର୍ଯ୍ୟରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ତିନି ଗୋଟି ବ୍ଲକ ଯଥା ଦଶପଲ୍ଲା,ଗଣିଆ ଓ ନୂଆଗାଁ ର ପଞ୍ଚାୟତ ସମିତି ଅଧକ୍ଷା ସମସ୍ତ ସରପଞ୍ଚ, ସମିତି ସଭ୍ୟ /ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟା, ସମସ୍ତ ଦଳୀୟ କର୍ମକର୍ତ୍ତା ଉକ୍ତ କାର୍ଯ୍ୟରେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ନୟାଗଡ ନୂଆଗାଁରୁ ରବିନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More