ବାଣପୁରରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

23

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ) : – ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ୱରେ ଆଜି ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ମୁଖି ଶାସନକୁ ଲୋକଲଚୋନକୁ ଆଣିବା ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀର ବିଜୁଜନତା ଦଳ ତରଫରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ବାଣପୁର ମା ଭଗବତୀ ମନ୍ଦିର ଠାରୁ ବାହାରି ଟିକିରାଇଁ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ l ଏଥିରେ ଚିଲିକା ନିର୍ବାଚନ ମଣ୍ଡଳୀ ନାରୀନେତ୍ରୀ ସ୍ଵାଗତିକା ଜଗଦେବ , ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଚେୟାରମ୍ୟାନ ମିଟୁ ନାୟକ, ଗୀତାଞ୍ଜଳି ପଟଶାଣୀ , ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ , ବିଶ୍ୱଜିତ ପ୍ରଧାନ, ବ୍ଲକ ସଭାପତି ରାକେଶ କୁମାର ସେଣ ,ଯାଦୁ ପ୍ରଧାନ,ଅଶ୍ୱିନୀ କୁମାର ସେଣ, କୋ ଅବଜର୍ଭର ହାବିବୁଲା ଖାଁ ସମେତ ଚିଲିକା ନିର୍ଵାଚନ ମଣ୍ଡଳୀରେ ବିଜୁ ଜନତା ଦଳର ସକ୍ରିୟ କର୍ମୀ ଓ ନାରୀ ଶଶକ୍ତି କରଣ ମହିଳା ମୋର୍ଚା ଏବଂ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l ଏହି ଜନ ସଂପର୍କ ପଦଯାତ୍ରାରେ ଏତେ କର୍ମୀମାନେ ଯୋଗଦେଇଥିଲେ ଯେ ଏହା ଏକ ଜନ ସମୁଦ୍ରରେ ପରିଣତ ହୋଇଥିଲା । ତେବେ ଆସନ୍ତୁ ଶୁଣିବା କଣ କହୁଛନ୍ତି ସେମାନଙ୍କ ମୁହଁରୁ …..ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More