ବର୍ଦ୍ଧିତ ତୈଳ ଦର ପ୍ରତିବାଦରେ ଜଗତସିଂହପୁର ନଗର କଂଗ୍ରେସର ସାଇକେଲ ଶୋଭାଯାତ୍ରା

40

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ବର୍ଦ୍ଧିତ ତୈଳ ଦର ପ୍ରତିବାଦରେ ପ୍ରଦେଶ କଂଗ୍ରେସ ନିର୍ଦ୍ଧେଶ କ୍ରମେ ଜିଲା କଂଗ୍ରେସ କମିଟି ସହଯୋଗରେ ଜଗତସିଂହପୁର ନଗର କଂଗ୍ରେସ କମିଟି ସଭାପତି ଅଭୟ ମହାନ୍ତିଙ୍କ ନେତୃତ୍ବରେ ଆଜିଏକ ସାଇକେଲ ଶୋଭାଯାତ୍ରା ପୂର୍ବତନ ବିଧାୟକ ଚିରଞ୍ଜିବି ବିଶ୍ଵାଳଙ୍କ ସିପି ସ୍ଥିତ ଜନସମ୍ପର୍କ କାର୍ଯ୍ୟାଳୟରୁ ବାହାରି ନଗର ପରିକ୍ରମା କରିଥିଲେ।ଏହି ଶୋଭା ଯାତ୍ରାରେ କଂଗ୍ରେସ କର୍ମୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ଓ ଦୁର୍ବଳ ନୀତି ଯୋଗୁଁ ଅହେତୁକ ଭାବେ ବର୍ଦ୍ଧିତ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ର ଦରଦାମ୍ ବୃଦ୍ଧି ବାବଦରେ ସାଧାରଣ ଜନତାଙ୍କୁ ଅବଗତ କରିଥିଲେ।ତେବେ ତୁରନ୍ତ ବର୍ଦ୍ଧିତ ତୈଳ ଦର ଓ ରନ୍ଧନ ଗ୍ୟାସ ର ମୁଲ୍ୟ ପ୍ରତ୍ୟାହୃତ କରିବା ଦାବିରେ ସ୍ଲୋଗାନ ଦେଇଥିଲେ।ବିଶେଷ ଭାବରେ ତୈଳ ଦର ଓ ରନ୍ଧନ ଗ୍ୟାସ ଦର ସାଧାରଣ ଲୋକଙ୍କୁ ବ୍ୟଥିତ କରିଛି, ଏହି ମହାମାରୀ ସମୟରେ ଦରଦାମ୍ ବୃଦ୍ଧି ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି ଯେଉଁଥିପାଇଁ ଆଜି ଅଭିନବ ଉପାୟରେ ସାଇକେଲ ଶୋଭାଯାତ୍ରା କରାଯାଇଛି।ଉକ୍ତ ପ୍ରତିବାଦ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ୍, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ,ବ୍ଳକ କଂଗ୍ରେସ ସଭାପତି ଅଦ୍ୱୈତ ଚରଣ ଜେନା, ଜିଲ୍ଲା କଂଗ୍ରେସ ଉପ ସଭାପତି ସର୍ବେଶ୍ଵର ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ପ୍ରସନ୍ନ ସାମନ୍ତରାୟ ସେବା ଦଳ ଅଧ୍ୟକ୍ଷ ଜଗଦାନନ୍ଦ ବେହେରା, ଯୁବ ନେତା ଅନୀଲ ଦାସ,ନିରଞ୍ଜନ ସେଠୀ, ନିରଞ୍ଜନ ମହାପାତ୍ର, ନିରଞ୍ଜନ ସେନ,ପବନି ଭୋଇ, ନାରାୟଣ କାନୁନଗୋ, ଅମୀନୁସ ସାଜେଦିନ,ସମେତ କଂଗ୍ରେସ କର୍ମୀ ଯୋଗ ସାଇକେଲ ଶୋଭାଯାତ୍ରା ରେ ଯୋଗଦେଇଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More