କଟକ(ସଂଘର୍ଷ ମିଡିଆ) : ନିଆଳୀ ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ରାଜ୍ୟ ବିଜୁ ଜନତା ଦଳ ଯୁଗ୍ମ ସମ୍ଫାଦକ ପୁଲକ ମହାନ୍ତିଙ୍କ ନିଦେଶ କ୍ରମେ ରାଜ୍ୟ ବିଜୁ ଜନତା ଦଳ ସାଂଗଠନିକ ସମ୍ଫାଦକ ତଥା ଯାଜପୁର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଠାରୁ ଆଜିକୁ ୧(ଏକ) ମାସ ଧରି ନିଆଳୀ ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରେ ” ବୃକ୍ଷରୋପଣ ଓ ସାମାଜିକ କାର୍ଯ୍ୟକ୍ରମ ” ଚାଲୁଥିବା ବେଳେ,ଆଜି ନିଆଳୀ ନିର୍ବାଚନ ମଣ୍ଡଳୀ ଗୋବିନ୍ଦପୁର ମହାବିଦ୍ୟାଳୟ ପରିସରରେ “ବୃକ୍ଷରୋପଣ ଓ ସାମାଜିକ” କାଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦିପକ୍ ସାମଲ,ଅଶିକ୍ ସାମଲ,ପ୍ରାଥ ଦାସ,ରାହୁଲ ବେଉରା,ଅଭିମନ୍ୟୁ ମହାନ୍ତି, ହନି ପରିଜା,ରାକେଶ କୁମାର ଲେଙ୍କା,ଅଂଶୁମାନ ଦାସ ଓମ୍ ପ୍ରକାଶ ସାମଲ,ସନ୍ତୋଷ ମଲ୍ଲିକ,ପିଣ୍ଟୁ,ଭୋଈ,ସିଦ୍ଧାନ୍ତ ମହାନ୍ତି ଙ୍କ ସମେତ ବହୁ ଯୁବ,ଛାତ୍ର ଉପସ୍ଥିତ ଥିଲେ ।କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।