ବଡ଼ମ୍ବା ବିଧାୟକ ଦେବୀ ମିଶ୍ରଙ୍କ ବାସଭବନରେ ସିବିଆଇ ରେଡ଼

12

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ନ୍ୟୁଜ୍) : ବଡ଼ମ୍ବା ବିଧାୟକ ଦେବୀ ମିଶ୍ରଙ୍କ ନରସିଂହପୁର ବାସଭବନରେ ଆଜି ଦୁଇଘଣ୍ଟାରୁ ଅଧିକ ସିବିଆଇ ଯାଂଚ କରିଥିବା ଜଣା ପଡ଼ିଛି। ସି ସୋର ଲିଙ୍କରେ ସଂପୃକ୍ତ ଥିବାବେଳେ ପର୍ଯ୍ୟଟନ ପ୍ରକଳ୍ପ ଯଥା ମହାନଦୀ ବୋଟିଂ ପ୍ରୋଜେକ୍ଟରେ ପର୍ଯ୍ୟଟନ ମନ୍ତ୍ରୀ ଥିଲାବେଳେ ଘୋଟାଲା ହେଇଥିବା ଜଣାପଡିଛି। ଏହି ଦୁର୍ନୀତି ପଦାକୁ ଆସିଲା ପରେ ସିବିଆଇ ପକ୍ଷରୁ ଜୋର ତନାଘନା ଚାଲିଥିଲା। ପୂର୍ବରୁ ମଧ୍ୟ ବିଧାୟକ ଦେବୀ ମିଶ୍ରଙ୍କ ରାଜନୈତିକ ସଚିବ ଭାବରେ ଦିଲ୍ଲୀପ ମିଶ୍ରଙ୍କୁ ସିବିଆଇ ପଚରା ଉଚରା କରିଥିଲା। ମାତ୍ର ଆଜି କେନ୍ଦ୍ରୀୟ ଟିମି ସକାଳ ଆଠଟାରୁ ପ୍ରାୟ ଦୁଇଘଣ୍ଟା ଧରି ଆଜି ନରସିଂହପୁର ଡମକଟା ବାସଭବନ ସମେତ ଭୁବନେଶ୍ୱର ସରକାରୀ ବାସଭବନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ବିଭିନ୍ନ ଗୁରୁତ୍ୱପୂର୍ଣ କାଗଜପତ୍ର ନେଇଥିବାର ଅନୁମାନ କରାଯାଉଛି। ନରସିଂହପୁର ସଞ୍ଜୟ ପଟ୍ଟନାୟକଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More