ଭଦ୍ରକ(ସଂଘର୍ଷ ମିଡିଆ) :- ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପକ୍ଷରୁ ଆଇନ ବିପର୍ଯ୍ୟସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି । ଗତ ୧୪ ତାରିଖରେ କୋଟସିରା ଗ୍ରାମରେ ଘଟିଥିବା ୨ ପଡୋଶୀ ଗଣ୍ଡଗୋଳରେ ଶାସକ ଦଳ ପକ୍ଷରୁ ବାହାରୁ ଗୁଣ୍ଡା ଅଣାଯାଇ ମମତା ନାୟକ ନାମକ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଶାସକ ଦଳ ପ୍ରତି ପୁଲିସ କୌଣସି ପଦକ୍ଷେପ ନେଉନଥିବା ଆଇନଶୃଙ୍ଖଳା ଭୁସୁଡି ପଡିଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଫାଣ୍ଡି ସମ୍ମୁଖରେ ଧାରଣା ଦିଆଯାଇଥିଲା । କଂଗ୍ରେସର ଅଭିଯୋଗ ସହ ସହମତ ହୋଇ ଶାସକ ବିଜେଡି ପକ୍ଷରୁ ସମାନ୍ତରାଳ ଭାବେ ଫାଣ୍ଡି ସମ୍ମୁଖରେ ମଧ୍ୟ ଧାରଣା ଦିଆଯାଇଥିଲା । କଂଗ୍ରେସର ଅଭିଯୋଗକୁ ବିଜେଡି ସମର୍ଥନ କରିଥିବାରୁ ଆଇନଶୃଙ୍ଖଳା ଭୁସୁଡି ପଡିଥିବା ପ୍ରମାଣିତ ହୋଇଛି । ଧାରଣାରେ ପୁଲିସ ଉପଖଣ୍ଡ ଅଧିକାରୀ ୨ ଦିନ ମଧ୍ୟରେ ଅଭିଯୁକ୍ତ ଗିରଫ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ନାହିଁ । ଗତ ୧୪ ତାରିଖରୁ ଆଜି ପର୍ଯ୍ୟନ୍ତ ତିନୋଟି ବଡଧରଣର କେସ ପୁଲିସ ନିକଟକୁ ଆସିଥିଲେ ମଧ୍ୟ ପୁଲିସ ନୀରବତା ଅବଲମ୍ବନ କରୁଛି ଅଭିଯୁକ୍ତଙ୍କୁ ଖସାଇ ଦେଉଛି । ଲଗାତାର ଭାବେ ଏଭଳି ଘଟଣା ଘଟିଚାଲିଥିବାରୁ ପୁଲିସ ନିଜର ବିଶ୍ବାସନୀୟତା ହରାଉଛି । ଏଥୁଯୋଗୁଁ ମଞ୍ଜୁରୀରୋଡ ଠାରେ କଂଗ୍ରେସ ପକ୍ଷରୁ ଆହୂତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସୁବ୍ରତ ଦାସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ପୁଲିସ ଉପଖଣ୍ଡଙ୍କ ବଦଳି ଦାବି କରିଛନ୍ତି । ପୁଲିସର ଶାସକ ଦଳ ପ୍ରୀତିକୁ ସମାଲୋଚନା କରିବା ସହ ଏଭଳି କୁକାର୍ଯ୍ୟ ପ୍ରତି କଂଗ୍ରେସ ନୀରବ ରହିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଅଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ , ବରିଷ୍ଠ ନେତା ଗୋଲକ ବେହେରା , ଗଣେଷ ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ । ଭଣ୍ଡାରିପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।