ରାଉରକେଲା (ସଂଘର୍ଷ ମିଡିଆ ) : ଆବାସ ଯୋଜନାରେ ହୋଇଛି ୧୦୦୦ କୋଟି ଟଙ୍କାର ଦୁର୍ନୀତି। ସମସ୍ତ ଯୋଗ୍ୟ ହିତାଧୁକାରୀଙ୍କୁ ପକ୍କା ଘର ଯୋଗାଇବା ଦାବିରେ ଜିଲ୍ଲାର ସମସ୍ତ ବ୍ଲକ ସମ୍ମୁଖରେ ଜୁଲାଇ ୭,୮ ଓ ୯ ବିଜେପି ପ୍ରତିବାଦ କରିବ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏକ ଫ୍ଲାଗସିପ୍ ପ୍ରୋଗ୍ରାମ।ରାଜ୍ୟ ସରକାର ଏଠି ପାତର ଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀ ମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି। ରାଜ୍ୟରେ ଯୋଗ୍ୟ ହିତାଧିକାରୀ ଙ୍କୁ ପକ୍କା ଘର ଖଣ୍ଡେ ନ ମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ ବୋଲି ବିଧାୟକ ଶଙ୍କର ଓରାମ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି। ୨୦୨୦ ଡିସେମ୍ବରରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି,ଦଳର ସାଂସଦ ମାନଙ୍କ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପାଖରେ ଅଭିଯୋଗ, ବିରୋଧୀ ଦଳ ର ନେତା ପ୍ରଦୀପ ନାଏକ ଙ୍କ ଚିଠି, ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ନେତୃତ୍ବରେ ବିଜେପି ପ୍ରତିନିଧି ଦଳର ରାଜ୍ୟପାଳକୁ ସ୍ମାରକପତ୍ର ପ୍ରଦାନ କରିବା ସହ ଆବାସ ଯୋଜନା ରେ ହୋଇଥିବା ଦୁର୍ନୀତିର ଦୃଢ଼ ପ୍ରତିବାଦ ବିଜେପି କରିଥିଲା।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିକୁ ପକ୍କା ଘର ଦର୍ଶାଇ ଓଡିଶା ବାସୀଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର।ଆବାସ ଯୋଜନାରେ ହୋଇଥିବା ମହାଦୁର୍ନୀତି ବିରୋଧରେ ବ୍ୟାପକ ଜନ ଆନ୍ଦୋଳନକରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପସ୍ଥିତ ନେତାମାନେ କହିଛନ୍ତି।ରାଉରକେଲାରୁ କ୍ୟାମେରା ମ୍ୟାନ ମୃତୁଞ୍ଜୟଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀଙ୍କ ରିପୋର୍ଟ୍ ସଂଘର୍ଷ ନୀୟୂଜ ।