ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ବିରୋଧରେ ବିଜେପି ପକ୍ଷରୁ କଣ୍ଟାପଡା ବ୍ଲକ ଘେରାଉ

38

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ କଣ୍ଟାପଡା ବ୍ଲକର ବିଭିନ୍ନ ଉର୍ଣ୍ଣତି ମୂଳକ କାର୍ଯ୍ୟରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ବିଭିନ୍ନ ଦୁର୍ନୀତି ବିରୋଧରେ ନିଆଳି ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟିର ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛବି ମଲ୍ଲିକଙ୍କ ନେତୃତ୍ୱରେ କର୍ମୀମାନଙ୍କୁ ନେଇ କଣ୍ଟାପଡା ବ୍ଲକ ଘେରାଉ କରିଛନ୍ତି।କଣ୍ଟାପଡା ବ୍ଲକରେ ହେଉଥିବା ବ୍ୟାପକ ଦୁର୍ନୀତି, ଘୋଟଲା ଓ ଅନିୟମିତତା ସମ୍ବନ୍ଧରେ ବିଗତ ଦିନରେ ଆଲୋଚନା କରି ବିଫଳ ହୋଇ ବ୍ଲକ ସମ୍ମୁଖରେ ଛବି ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଧାରଣା ରେ ବସିଥିଲେ।ପ୍ରତିଶ୍ରୁତି ପାଇ ଧାରଣା ରୁ ଉଠିଥିଲେ।କିନ୍ତୁ ଦୁଃଖ ଓ ପରିତାପର ବିଷୟ ପ୍ରଶାସନର ଟାଳଟୁଳ ନୀତି ଯୋଗୁ ଦାବି ପୂରଣ ନ ହେବାରୁ 10 ଦଫା ସମ୍ବଳିତ ଦାବିପତ୍ର କଣ୍ଟାପଡା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ଦିଆଗଲା।ଆଗାମୀ ଦିନରେ ଦାବି ପୂରଣ ନ ହେଲେ କଣ୍ଟାପଡା ବିଜପି ପୁନର୍ବାର ଧାରଣା ଓ ଆନ୍ଦୋଳନ କରିବେ ବୋଲି କହିଛନ୍ତି।କଟକ ଜିଲ୍ଲା ବିଜେପି ଉପସଭାପତି ଗୋକୁଳାନନ୍ଦ ପ୍ରଧାନ,ମଧୁସ୍ମିତା ମଲ୍ଲିକ,କଣ୍ଟାପଡା ମଣ୍ଡଳ ସଭାପତି ପ୍ରଭାତ ମହାପାତ୍ର,ଗୋବିନ୍ଦପୁର ମଣ୍ଡଳ ସଭାପତି ବାବୁଲି ଚରଣ ବେହେରା,ନିଆଳି ଯୁବନେତା ବିଶ୍ବମ୍ବର ଜେନା,ଅଭିଷେକ ମହାପାତ୍ର କଣ୍ଟାପଡା ମଣ୍ଡଳ ଯୁବମୋର୍ଚା,ଅନୁସୂୟା ନାୟକ,ଯୁବମୋର୍ଚା ରାଜକାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ବିଶ୍ୱାଳ,ଗବବସ୍ତ ମଣ୍ଡଳ ସଭାପତି ଧୀରେନ୍ଦ୍ର ବାରିକ,ନିର୍ମଳା ମହାରଣା ଓ ଅନ୍ୟାନ୍ୟ ଶତାଧିକ କର୍ମୀ ଉପସ୍ଥିତ ଥିଲେ।କଟକ ଜିଲ୍ଲା କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More