ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ବିଜେପି ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ
ଭଦ୍ରକ(ସଂଘର୍ଷ ମିଡିଆ ) : : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ବିଜେପି କର୍ମୀ ମାନଙ୍କୁ ନେଇ ଗଣଧାରଣା ଦିଆଯାଇଥିଲା। ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧାଳଙ୍କ ନେତୃତ୍ଵରେ ଭଣ୍ଡାରି ପୋଖରୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଭ୍ରଷ୍ଟାଚାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗଣଧାରଣା ଦିଆଯାଇଥିଲା। ଭଣ୍ଡାରି ପୋଖରୀ ବ୍ଲକ୍ ସମେତ ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟନ୍ଵୟର ହୋଇଥିବା ବ୍ୟାପକ ଅନିୟମିତତା ଓ ଭ୍ରଷ୍ଟାଚାର ବିରୋଧରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଶ୍ରୀ ଧଳ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏଥିରେ ବ୍ଲକ୍ ସଭାପତି ନିର୍ମଳ କର, ମଣ୍ଡଳ ସଭାପତି ଗିରିଶ ଚନ୍ଦ୍ର ସାମଲ, ମୁକୁନ୍ଦ ମଲ୍ଲିକ,ପ୍ରଫୁଲ୍ଲ ସାହୁ,ସରପଞ୍ଚ ଜଗବନ୍ଧୁ ଦାସ, କମଳ କୁମାର ନନ୍ଦ, ମଣିକାଞ୍ଚନ ସେନାପତି, ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଜିଲ୍ଲା ସମ୍ପାଦିକା ତପଶ୍ୱନି ମହାପାତ୍ର, ଜୟସ୍ମିତା ଗୋଚ୍ଛାୟତ , ସଦସ୍ୟା ଜିଲ୍ଲା କାର୍ଯ୍ଯ କାରିଣୀ ରୁକ୍ମଣୀ ଦାସ, ବାବାଜୀ ଜେନା, ସୁରେଶ ସାମଲ ପ୍ରଭୃତି ଉପସ୍ଥିତ ଥିଲେ । ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।